ହିସାବ କିତାବ ୨୦୨୩-୨୪ : ମହିଳାଙ୍କୁ ନିର୍ମଳାଙ୍କ ଭେଟି, ସରକାର ଆରମ୍ଭ କଲେ ନୂଆ ସଞ୍ଜୟ ଯୋଜନା।

20,829

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି । ନିର୍ମଳା ମହିଳାଙ୍କ ପାଇଁ ସଞ୍ଚୟ ଯୋଜନାର ଘୋଷଣା କରିଛନ୍ତି । ମହିଳା ସମ୍ମାନ ସଞ୍ଜୟ ପତ୍ର ଯୋଜନାର ଶୁଭାରମ୍ଭ ହେବ । ଏଥିରେ ମହିଳା ମାନେ ୨ ଲକ୍ଷ ଯାଏ ସଞ୍ଜୟ ଉପରେ ୭.୫ ପ୍ରତିଶତର ସୁଧ ପାଇବେ ।

ଏହା ଛଡା ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକ ଖାତା ଯୋଜନାର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବଢାଇଦିଆଯାଇଛି । ମହିଳା ସମ୍ମାନ ସଞ୍ଜୟ ଯୋଜନାରେ ମହିଳାମାନେ ୨ ବର୍ଷ ଯାଏ ଦୁଇ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଜମା ଉପରେ ସେମାନଙ୍କୁ ଟାକ୍ସ ଦେବାକୁ ପଡିବ ନାହିଁ । ବଦଳରେ ୭.୫ ପ୍ରତିଶତର ସୁଧ ମିଳିବ । ମହିଳାଙ୍କ ପାଇଁ ଏହି ଯୋଜନା ପ୍ରଥମ । ସରକାର କହିଛନ୍ତି, କୌଣସି ବି ମହିଳା ଏହି ସ୍କିମରେ ନିବେଶ କରି ଟାକ୍ସଦେବାରୁ ରକ୍ଷାପାଇପାରିବେ । ମହିଳାଙ୍କୁ ଆର୍ଥିକ ଭାବେ ସ୍ୱଚ୍ଛଳ ଏବଂ ଆତ୍ମନିର୍ଭର କରିବା ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି ।

ସରକାରଙ୍କ ଉଦ୍ୟମ କରୁଛନ୍ତି ଯେ, ଦେଶର ମହିଳାଙ୍କୁ ଆର୍ଥିକ ଭାବେ କାହା ଉପରେ ନିର୍ଭର ହେବାକୁ ପଡିବ ନାହିଁ । ଏଥିପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଳାଉଛନ୍ତି । ଏହିକ୍ରମରେ ଅର୍ଥମନ୍ତ୍ରୀ ମହିଳାଙ୍କ ପାଇଁ ମହିଳା ସମ୍ମାନ ସଞ୍ଚୟ ପତ୍ର ଯୋଜନାର ଘୋଷଣା କରିଛନ୍ତି ।