କନକ ବ୍ୟୁରୋ : ଗତକାଲି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୁହାଯାଉଛି ମୋଦୀ ସରକାରଙ୍କ ବଜେଟ୍ରେ ମଧ୍ୟବିତଙ୍କ ପାଇଁ କିଛି ନାହିଁ । କାରଣ ଗତ ୮ ବର୍ଷ ହେଲା ମଧ୍ୟବିତଙ୍କୁ ମିଳୁନାହିଁ ଟିକସ ରିହାତି । ପୁଣିଥରେ ଆୟକର ଛାଡ ସୀମାକୁ ଅପରିବର୍ତ୍ତିତ ରଖିଛନ୍ତି ମୋଦୀ ସରକାର । ତେଣୁ ଚର୍ଚ୍ଚା ହେଉଛି ମଧ୍ୟଭିତଙ୍କ ଟିକସ ଟଙ୍କାରେ ଦେଶର ଉନ୍ନତି ପାଇଁ ଯୋଜନା କରାଯାଉଥିବାବେଳେ ସେମାନଙ୍କୁ ଦରଦାମ ବୃଦ୍ଧିର ବୋଝ ସହିବାକୁ ପଡୁଛି ।

Advertisment

ଏପରିକି ଟିକସ ଉପରେ ଅତିରିକ୍ତ ଟିକସର ବୋଝ ଲଦି ଦିଆଯାଉଛି । ବିଜୁଳ, ସଡକ, ପାଣି ଭଳି ଅତ୍ୟାବଶ୍ୟକ ସେବା ପାଇଁ ମଧ୍ୟବିତଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି । ଆଉ ଗୋଟିଏ ତଥ୍ୟରୁ ଜଣାପଡୁଛି ଯେ, ଭାରତୀୟମାନେ ପାରମ୍ପରିକ ଭାବେ ଅଧିକ ସଂଚୟ ଓ କମ୍ ନିବେଶ କରୁଛନ୍ତି । ସେଥାପାଇଁ ସେମାନଙ୍କ ଆୟ ବଢିପାରୁ ନାହିଁ ।

ନିବେଶ କମ୍ ସଂଚୟ ବେଶୀ
ବର୍ଷ                ୨୦୧୧-୧୨       ୨୦୨୧-୨୨
ଖର୍ଚ୍ଚ                ୬୦.୩%             ୬୪.୨%
ନିବେଶ           ୧୫.୯ %            ୧୩.୫%
ସଂଚୟ             ୨୩.୯ %           ୨୨.୨%

କେଉଁଠି କରନ୍ତି ସଂଚୟ ?
ବର୍ଷ                   ୧୯୯୯-୨୦୦୦          ୨୦୧୯-୨୦୨୦
ବ୍ୟାଙ୍କ ଜମା           ୩୫.୧%                      ୩୬.୭%
ପ୍ରୋଭିଡେଂଟ ଫଣ୍ଡ   ୨୨.୮%                    ୨୦.୪%
ଜୀବନ ବୀମା         ୧୨.୧%                    ୧୩.୯%
ନଗଦ ଟଙ୍କା           ୮.୮%                      ୧୨.୪%
ସେୟାର             ୬.୯%                        ୧୧.୯%
ଅନ୍ୟାନ୍ୟ           ୨.୪%                         ୧.୪%

ବିଜୁଳି, ସଡ଼କ, ପାଣି
ଟିକସ ପରେ ବି ଖର୍ଚ୍ଚ

ବିଜୁଳି ପାଇଁ ଅତିରିକ୍ତ ଖର୍ଚ୍ଚ : -
- ସହରାଂଚଳରେ ବିକଳ୍ପ ବିଜୁଳି ପାଇଁ ବାର୍ଷିକ ଖର୍ଚ୍ଚ ୨୦ ହଜାର କୋଟି
- ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ବର୍ଷକି କିଣାଯାଉଛି ୨ କୋଟି ଇନଭଟର
- ପ୍ରତି ଇନଭଟର ଦାମ ହାରାହାରି ୧୦ ହଜାର ହେଲେ ଖର୍ଚ୍ଚ ୨୦ ହଜାର କୋଟି
- ଏହାର ରକ୍ଷଣା ବେକ୍ଷଣ ପାଇଁ ବାର୍ଷିକ ଅତିରିକ୍ତ ଖର୍ଚ୍ଚ ପ୍ରାୟ ୧୫ଶହ କୋଟି

ଭଲ ରାସ୍ତା ପାଇଁ ଅତିରିକ୍ତ ଖର୍ଚ୍ଚ : -
- ଗାଡି ଇନ୍ଧନ ଉପରେ ରୋଡ୍ ସେସ୍ ବାବଦକୁ ଆୟ ୧ ଲକ୍ଷ ୨୩ ହଜାର ୫୯୬ କୋଟି
- ଗାଡି କିଣିଲାବେଳେ ଏକକାଳୀନ ରୋଡ୍ ଟ୍ୟାକ୍ସ ଭରିଥାନ୍ତି ଗ୍ରାହକ
- ହେଲେ ପ୍ରତିଥର ଗାଡିରେ ତେଲ ପକାଇବାବେଳେ ଦେବାକୁ ପଡିଛୁ ରୋଡ୍ ସେସ୍

ପାଣି ପାଇଁ ଅତିରିକ୍ତ ଖର୍ଚ୍ଚ : -
- ସ୍ୱଚ୍ଛ ପିଇବା ପାଣି ପାଇଁ ବର୍ଷିକ ଖର୍ଚ୍ଚ ପ୍ରାୟ ୧୫ ହଜାର କୋଟି
- ସହରାଂଚଳ ଲୋକ ପାଣି ପାଇଁ କିଣୁଛନ୍ତି ୱାଟର ପ୍ୟୁରଫାୟର
- ବର୍ଷକୁ ପ୍ରାୟ ଦେଢ କୋଟି ୱାଟର ପ୍ୟୁରଫାୟର କିଣାଯାଉଛି
- ଗୋଟିଏ ପ୍ୟୁରଫାୟର ଦାମ୍ ପ୍ରାୟ ୧୦ ହଜାର ଟଙ୍କା
- ବର୍ଷକୁ ପ୍ୟୁରଫାୟର ପାଇଁ ଖର୍ଚ୍ଚ ପ୍ରାୟ ୧୫ ହଜାର କୋଟି