କନକ ବ୍ୟୁରୋ : ଆସନ୍ତାକାଲି ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ଏଥର ବଜେଟରୁ ବେଶ୍ କିଛି ଆଶା ରଖିଛନ୍ତି ମଧ୍ୟବିତ । କାରଣ କରୋନା ପାଇଁ ମଧ୍ୟବିତଙ୍କ ରୋଜଗାର ହ୍ରାସ ପାଇଛି । ତେଣୁ ସରକାର ଏଥର ଟ୍ୟାକ୍ସ ସ୍ଲାବରେ ପରିବର୍ତନ କରି ସ୍ୱଳ୍ପ ଆୟକରୀଙ୍କୁ ଆଶ୍ୱସ୍ତି ଦେଇପାରନ୍ତି ।

Advertisment

ଆୟକର ଛାଡ ସୀମା ବୃଦ୍ଧି ଆଶା : - 
- ଆୟକର ଛାଡ ସୀମା ୨.୫ ଲକ୍ଷରୁ ୫ ଲକ୍ଷ କରିବାକୁ ଦାବି
- ୮୦-ସିରେ ଟିକସ ରିହାତି ୧.୫ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି ଆଶା
- ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୫୦ ହଜାରରୁ ୧ ଲକ୍ଷ କରିବାକୁ ଆଶା
- ଦଶେରେ ଲାଗୁ ହୋଇପାରେ ୟୁନିଭର୍ସାଲ ପେନସନ୍ ସ୍କିମ୍
- ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କମିଟି ଏଥିପାଇଁ ସୁପାରିଶ କରିଛି
- ୱାର୍କ ଫ୍ରମ୍ ହୋମ ଆଲାଉନ୍ସ ଟିକସରେ ରିହାତି ଆଶା
- ଇଂଟରନେଟ୍, ଫର୍ଣ୍ଣିଚର ଓ ଅନ୍ୟ ଉପକରଣ ପାଇଁ ଭତ୍ତା ମିଳିବା ଆଶା