ରେଳ ବିଭାଗ ପାଇଁ ବଜେଟରେ କେତେ? ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ

ମେଟ୍ରୋ ପ୍ରୋଜେକ୍ଟ ପାଇଁ ଦିଆଯିବ ପ୍ରୋତ୍ସାହନ । ଇଷ୍ଟ-କୋଷ୍ଟ କରିଡର, ନର୍ଥ–ସାଉଥ କରିଡ଼ର ପାଇଁ ବି ଘୋଷଣା

109

କନକ ବ୍ୟୁରୋ: ପ୍ରତିକ୍ଷାର ହେଲା ଅନ୍ତ । ସଂସଦରେ ଉପଲସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ତେବେ କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ୨୦୨୧-୨୨ର ସାଧାରଣ ବଜେଟ । ତେବେ ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର  ।

ସାଧାରଣ ବଜେଟରେ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିବା ସହ କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ବୋଲି ସଂସଦରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିଭଳି ୨୦୨୧-୨୨ର ବଜେଟରେ ପରିବହନ ଓ ରେଳ ବିଭାଗ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ନଜର ପକାନ୍ତୁ ଏହି ଖବର ଉପରେ..

ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ

ଦୁଇ ପ୍ରକାର ମେଟ୍ରୋର ପରିକଳ୍ପନା

ଦୁଇ ପ୍ରକାରର ମେଟ୍ରୋ- ମେଟ୍ରୋ ଲାଇଟ, ମେଟ୍ରୋ ନିୟୋ

ମେଟ୍ରୋ ପ୍ରୋଜେକ୍ଟ ପାଇଁ ଦିଆଯିବ ପ୍ରୋତ୍ସାହନ

ମେଟ୍ରୋର ବିସ୍ତାର ପାଇଁ କେନ୍ଦ୍ର ଦେବ ସହାୟତା

କିଛି ନୂଆ ସହରରେ ଆରମ୍ଭ ହେବ ମେଟ୍ରୋ

କୋଚି, ଚେନ୍ନାଇ, ନାଗପୁର ଓ ନାସିକରେ ମେଟ୍ରୋ ପ୍ରକଳ୍ପ

ଇଷ୍ଟ-କୋଷ୍ଟ କରିଡର,ନର୍ଥ–ସାଉଥ କରିଡ଼ର ପାଇଁ ବି ଘୋଷଣା

ରେଳଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ

୨୭ ସହରରେ ୧୦୬୦ କିଲୋମିଟର ମେଟ୍ରୋ ଲାଇନ ହେବ

ସେହିଭଳି

  • ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।
  • ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।
  • ସ୍ୱାସ୍ଥ୍ୟ ବଜେଟ : ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।