ବଜେଟ୍ ଅଭିଭାଷଣ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ! କହିଲେ , ସାଧାରଣ ଜନତା ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ।

ବଜେଟ୍ ଅଭିଭାଷଣ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ! କହିଲେ , ସାଧାରଣ ଜନତା ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ।

ନିର୍ଦ୍ଧାରିତ ସମୟ ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ଅବସରରେ ତାଙ୍କର ପ୍ରଥମ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କୁ ଆଶୀର୍ବାଦ ଏବଂ ଉତ୍ସାହ ଦେବାକୁ ପାର୍ଲାମେଣ୍ଟ୍ରେ ଉପସ୍ଥିତ ଅଛନ୍ତି ତାଙ୍କର ପିତାମାତା ସାବିତ୍ରୀ ଏବଂ ନାରାୟଣ ସୀତାରମଣ।

publive-image

ଅଭିଭାଷଣ ଆରମ୍ଭ କରି ଅର୍ଥମନ୍ତ୍ରୀ କହିଲେ ଦକ୍ଷ ସରକାରଙ୍କୁ ଲୋକେ ଭୋଟ୍ ଦେଇଛନ୍ତି। ଦେଶକୁ ଅଗ୍ରଗାମୀ କରାଇବାରେ ସେମାନେ ପୁଣି ଆସ୍ଥା ପ୍ରକଟକ କରିଛନ୍ତି। ଜାତୀୟ ନିରାପତ୍ତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷକୁ ଭାରତର ଜନସାଧାରଣ ସକ୍ରିୟ କରାଇଛନ୍ତି। ନୂଆ ଭାରତ ନିର୍ମାଣ କ୍ଷେତ୍ରରେ ଆମେ ଆଗେଇ ଚାଲିଛନ୍ତି।

publive-image

ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ନୀତି ଯେ ସଫଳତା ପଥରେ ଆଗେଇ ନିଏ ତାହା ଆମେ ଦେଖାଇ ପାରିଛନ୍ତି। ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ କରାଯାଇଥିବା ବୃହତ୍ କାର‌୍ୟ୍ୟକ୍ରମ ସେ ସବୁକୁ ଆହୁରି ଦ୍ରୁତ ଗତିରେ ଆଗେଇ ନେବ। ଚାଣକ୍ୟଙ୍କ କଥାକୁ ଉଦ୍ଧାର କରି ଆମର ଲକ୍ଷ୍ୟ ହାସଲ କରିବାରେ ବିଶ୍ୱାସ ରଖିବା ପୂର୍ବକ ସେ କହିଲେ ,  ସଂକଳ୍ପଯୁକ୍ତ ମାନବୀୟ ଉଦ୍ୟମ ବଳରେ ସେ କାର‌୍ୟ୍ୟ ନିଶ୍ଚୟ ସମାପନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe