ବେଠି ପରମ୍ପରାରୁ ମୁକ୍ତି ଦେଲେ ମୋଦି ସରକାର ! ବଜେଟ୍ ନୁହଁ ଏବେ କୁହାଯିବ ‘ଦେଶର ବହି –ଖାତା’, ବ୍ରିଫକେସ୍ ବଦଳରେ ନାଲି ମଖମଲି ବ୍ୟାଗ୍ ରେ ରଖାଯିବ ବଜେଟ୍

185

ଐତିହାସିକ ବହୁମତରେ ବିଜୟ ଲାଭ କରିବା ପରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳା ଆଜି ହେଉଛି ପ୍ରଥମ ସାଧାରଣ ବଜେଟ୍ । ସଂସଦରେ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଏଥରର ଖାସ୍ କଥା ସାମ୍ନାକୁ ଆସିଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଦେଶକୁ ଆଗାମୀ ବର୍ଷ ପାଇଁ କ’ଣ ଦେବାକୁ ଯାଉଛନ୍ତି । ପରମ୍ପରାଗତ ଦସ୍ତାବିଜକୁ ବ୍ରିଫକେସ୍ ରେ ନ ରଖି ସେ ନାଲି ବ୍ୟାଗର ବ୍ୟବହାର କରିଛନ୍ତି ।

ବଜେଟ୍ ପଟକଥାକୁ କଭର୍ ଲାଗିଥିବା ମଖମଲି ନାଲି କପଡାରେ ରଖି ସେ ଆଣିଛନ୍ତି । ଏଭଳି ଭାବେ ମୋଦି ସରକାର ବଜେଟ୍ ରେ ଜଡିତ ଥିବା ପାଶ୍ଚାତ୍ୟ ପୁରୁଣା ପରମ୍ପରାକୁ ମଧ୍ୟ ଶେଷ କରିଛନ୍ତି । ବ୍ୟାଗରେ ବଜେଟ୍ ପରମ୍ପରା ୧୭୩୩ ରେ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶ୍ ସରକାର ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରବର୍ଟ ୱାଲପୋଲ୍ ବଜେଟ୍ ଉପସ୍ଥାପନ କରିବାକୁ ଆସିଥିଲେ ଏବଂ ତାଙ୍କ ହାତରେ ଚମଡାର ଏକ ବ୍ୟାଗ୍ ଥିଲା । ଏହି ବ୍ୟାଗରେ ହିଁ ବଜେଟ୍ ସହ ଜଡିତ ଥିବା ଦସ୍ତାବିଜ୍ ଥିଲା । ଚମଡାର ଏହିି ବ୍ୟାଗକୁ ଫ୍ରେନ୍ଚ ଭାଷାରେ ‘ବୁଜେଟ୍’ ବୋଲି କୁହାଯାଉଥିଲା । ଏହା ପରଠାରୁ ଏହାକୁ ବଜେଟ୍ ବୋଲି କୁହାଯାଉଥିଲା ।

ଲାଲ୍ ସୁଟକେସ୍ ର ବ୍ୟବହାର ପ୍ରଥମେ ୧୮୬୦ ରେ ବ୍ରିଟିଶ୍ ବଜେଟ୍ ମୁଖ୍ୟ ବିଲିମୟ ଗ୍ଲେଡଷ୍ଟୋନ୍ କରିଥିଲେ । ଯାହାକୁ ପରମୁହୂର୍ତ୍ତରେ ଗ୍ଲେଡଷ୍ଟୋନ୍ ବକ୍ସ ମଧ୍ୟ କୁହାଯାଉଥିଲା ଏବଂ ଲଗାତାର ଏହି ବ୍ୟାଗରେ ବ୍ରିଟେନ୍ ର ବଜେଟ୍ ଉପସ୍ଥାପନ କରାଯାଉଥିଲା । ୨୦୧୦ ରେ ଏହି ବ୍ୟାଗକୁ ଅବସର ଦିଆଯାଇଥିଲା । ଭାରତରେ ଲେଦର ବ୍ୟାଗରୁ ଆରମ୍ଭ ହୋଇଥିଲା ବଜେଟ୍ ଉପସ୍ଥାପନ ।