ଆସିଲା ବଜେଟ୍ ୨୦୧୯ : ଗରିବଙ୍କୁ ବଡ ଉପହାର ଦେଲେ ମୋଦି ସରକାର ! ୧୧୪ ଦିନରେ ୧.୯୫ କୋଟି ଘର ତିଆରି କରି ଗରିବଙ୍କୁ ଦେବେ ସରକାର ।

1,733

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ୍ ଗରିବଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଅର୍ଥମନ୍ତ୍ରୀ ଗରିବଙ୍କୁ ୧.୯୫ କୋଟି ଘର ତିଆରି କରି ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସମସ୍ତଙ୍କୁ ଘର ତିଆରି କରି ଦେବା ଯୋଜନା ଉପରେ ସରକାର ଗମ୍ଭୀରତା ସହ କାମ ଆରମ୍ଭ କରିବେ । ସରକାର ୧୧୪ ଦିନରେ ସମସ୍ତଙ୍କୁ ଘର ତିଆରି କରି ଦେବେ । ଘର ପ୍ରସ୍ତୁତ କରିବାର ସମୟ କମିଯାଇଛି । ପ୍ରଥମେ ଘର ତିଆରି କରିବାକୁ ୩୪୦ ଦିନ ସମୟ ଲାଗୁଥିବା ବେଳେ ଏବେ କେବଳ ୧୧୪ ଦିନରେ ଘର ପ୍ରସ୍ତୁତ ହେବ ।

ସବୁୁ ଗ୍ରାମୀଣ ଅଞ୍ଚଳରେ ଘର ତିଆରି କରାଯିବ । ୨୦୨୨ ପର୍ଯ୍ୟନ୍ତ ୧.୯୫ କୋଟି ଅଧିକ ଘର ତିଆରି କରାଯିବ । ଯେଉଁଥିରେ ବିଜୁଳୀ ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ । ଏବେ ୧୧୪ ଦିନରେ ପିଏମ୍ ଆବାସ ଯୋଜନା ଅନୁସାରେ ଘର ପ୍ରସ୍ତୁତ ହେବ ।