ଶାସନର ପ୍ରଥମ ବଜେଟ୍ ରେ ପୁରୁଣା ପରମ୍ପରାକୁ ଭାଙ୍ଗିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ! ବ୍ରିଫକେସ୍ ବଦଳରେ ଲାଲ୍ ବ୍ୟାଗ୍ ରେ ରଖିଲେ ବଜେଟ୍

171

ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା ଅର୍ଥମନ୍ତ୍ରୀ ବଜେଟ୍ ପ୍ରକାଶ କରିବାକୁ ଯାଉଛନ୍ତି । ଏଭଳି ସମୟରେ ଅନେକ ଜିନିଷରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଯାହାର ଆରମ୍ଭ ବଜେଟ୍ ରଖାଯାଉଥିବା ବ୍ରିଫକେସ୍ ରୁ ହୋଇଛି । ବର୍ଷ ବର୍ଷରୁ ବଜେଟ୍ ରଖିବା ପାଇଁ ଖାସ୍ ବ୍ରିଫକେସ୍ ର ବ୍ୟବହାର କରାଯାଏ । କିନ୍ତୁ ଶୁକ୍ରବାର ନିର୍ମଳା ସୀତାରମଣ୍ ଙ୍କ ହାତରେ ଏହି ଖାସ୍ ବ୍ରିଫକେସ୍ ଦେଖାଯାଇନଥିଲା । ବ୍ରିଫକେସ୍ ବଦଳରେ ଏକ ଖାସ୍ ଲାଲ୍ ରଙ୍ଗର କପଡା ଦେଖାଦେଇଥିଲା । ସେ ଏହି ଲାଲ୍ ବ୍ୟାଗରେ ବଜେଟ୍ ଦସ୍ତାବିଜ ନେଇ ଆସିଥିଲେ ।

କାହିଁକି ବଦଳିଲା ବ୍ରିଫକେସ୍ ପରମ୍ପରା : ସରକାରଙ୍କ କହିବାନୁସାରେ ଏହା ପାଶ୍ଚାତ୍ୟ ସଂସ୍କୃତିରୁ ବାହାରକୁ ଆସି ଦେଶର ପୁରୁଣା ପରମ୍ପରା ସହ ଜଡିତ ହେବାର ଏକମାତ୍ର ପ୍ରୟାସ । ବ୍ୟାଗର ନାଲି ରଙ୍ଗ ଭାରତୀୟ ପରମ୍ପରା ଅନୁସାରେ ଶୁଭର ପ୍ରତୀକ ଅଟେ । ୟୁନିୟନ୍ ବଜେଟ୍ ନାଁ ମଧ୍ୟ ବଦଳିଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ନିଜ ବଜେଟ୍ ଭାଷଣରେ ବଜେଟ୍ କୁ “ଦେଶର ବହିଖାତା” ବୋଲି କହିବେ ।