ବଜେଟ ପେଡିରେ ପାଣି ! ଜଳ ସଙ୍କଟ ଦୂର ପାଇଁ ‘ହର୍ ଘର୍ ଜଲ୍’ ଯୋଜନା

Advertisment
ବଜେଟ ପେଡିରେ ପାଣି ! ଜଳ ସଙ୍କଟ ଦୂର ପାଇଁ ‘ହର୍ ଘର୍ ଜଲ୍’ ଯୋଜନା

କନକ ବ୍ୟୁରୋ: ଲୋକସଭାରେ ବଜେଟ ଉପସ୍ଥାପନ ବେଳେ ବଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜଳ ସମସ୍ୟା ନେଇ ବଜେଟରେ ବଡ ଘୋଷଣା କଲେ । ପ୍ରତି ଘରେ ପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରତି ଘରେ ନଳ, ପ୍ରତି ଘରେ ଜଳ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ହୋଇଛି । ‘ହର୍ ଘର୍ ଜଲ୍’ ଯୋଜନା ମାଧ୍ୟମରେ ସବୁ ଗାଁକୁ ୨୦୨୪ ସୁଦ୍ଧା ପାନୀୟ ଦଳ ଯୋଗାଇ ଦିଆଯିବ ।

publive-image
ତେବେ ଜଳାଭାବ ଦୂର ପାଇଁ ଜଳଶକ୍ତି ମନ୍ତ୍ରାଳୟ ଏଭଳି ପ୍ରୟାସ ଜାରି କରିଛି । ଜଳ ସଙ୍କଟ ଭୋଗୁଥିବା ୨୫୬ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ସାରା ଦେଶର ୧୫୦୦ ବ୍ଲକରେ ଏହି ସୁବିଧା ପହଞ୍ଚାଯିବ । ଜଳ ଉତ୍ସ ଗୁଡିକ ଚିହ୍ନଟ କରି ସଂରକ୍ଷଣ ପାଇଁ ପ୍ରୟାସ ହେଉଛି ।

ତେବେ ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ଜଳ ସମସ୍ୟା ଦେଖା ଦେଇଛି । ଜଳ ପାଇଁ ଅନେକ ସ୍ଥାନରେ ଜୀବନ ଜିଇଁବା ଏକଦମ ମୁସକିଲ ହୋଇପଡିଛି । ଆଉ ସେଇଥିପାଇଁ ଏଥର ବଜେଟରେ ଜଳ ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe