ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ

Advertisment
ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ

କନକ ବ୍ୟରୋ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ତୋମର କହିଛନ୍ତି କି, ପାରିତ ହୋଇଥିବା ନୂଆ କୃଷି ଆଇନ ବାବଦରେ କୌଣସି କୃଷକ ସଂଗଠନ ସହିତ କୌଣସି ସମୟରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ଆଇନରେ କୃଷକଙ୍କ ସମସ୍ତ ସ୍ୱାର୍ଥ ଜଡିତ ରହିଛି । କେବଳ ଏହି ଆଇନକୁ ନିରସ୍ତ୍ର କରିବା ପରିବର୍ତ୍ତେ ଅନ୍ୟ ଯେକୌଣସି ପ୍ରାବଧାନ ଉପରେ ସରକାର ଅଧରାତିରେ ବି ଅଲୋଚନା କରିବାକୁ ପ୍ରସ୍ତୁତ ।

କହିରଖୁ କି ଦୀର୍ଘ ୭ ମାସ ହେବ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନମାନେ ଏହି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେପଟେ ସରକାର ଆବଶ୍ୟକ ମୁତାବକ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ ଥିବା କଥା ଅନେକଥର ସଂକେତ ଦେଇଛନ୍ତି । ହେଲେ କୃଷକ ସଂଗଠନମାନେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ।

ନିତୀ ଆୟୋଗ ସଦସ୍ୟ ରମେଶ ଚନ୍ଦ କହିଛନ୍ତି କି କୃଷକ ସଂଗଠନ ଗୁଡିକ ପୁଣିଥରେ ସରକାରଙ୍କ ସହ ଆଲୋଚନା କରିବାପାଇଁ ଆଇନକୁ ନିରସ୍ତ୍ର କରିବା ଦାବି ଛାଡି ଆଇନରେ ଥିବା ତୃଟିକୁ ସରକାରଙ୍କ ପାଖରେ ରଖି ଆଲୋଚନାକୁ ଆଗକୁ ବଢାଇବାର ଆବଶ୍ୟକତା ରହିଛି ।

ଏନେଇ ଭାରତୀୟ କିଷାନ ସଂଗଠନର ମୁଖ୍ୟ ରାକେଶ ଟିକାୟତ ଏପ୍ରିଲ ୨୯ ତାରିଖରେ କହିଥିଲେ କି ସରକାର ଯେବେ ଚାହିଁବେ କୃଷକ ସଂଗଠନମାନେ ବିବାଦୀୟ ୩ ଟି କୃଷି ଆଇନ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଯେଉଁ ଆଲୋଚନା ହେବ ତାହା କେବଳ ଆଇନକୁ ରଦ୍ଦ କରିବା ଉପରେ ହେବ ବୋଲି ସେ ସ୍ପଷ୍ଟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe