କନକ ବ୍ୟୁରୋ: ପିଲାଙ୍କୁ ସ୍କୁଲ ମୁହାଁ କରାଇବା ପାଇଁ ସ୍କୁଲରେ ମଧ୍ୟାନ୍ନ ଭୋଜନ, ମାଗଣାରେ ପାଠ୍ୟପୁସ୍ତକ, ସ୍କୁଲ ଡ୍ରେସ୍ ଭଳି ଅନେକ ସାମଗ୍ରୀ ଯୋଗାଇଦେଉଛନ୍ତି ସରକାର । କିନ୍ତୁ ପିଲାଙ୍କୁ ସ୍କୁଲ ୟୁନିଫର୍ମ ବିତରଣ ବଦଳରେ ଜଙ୍ଗଲରେ ଫୋପଡ଼ା ହୋଇଛି ପୁଳା ପୁଳା ପୋଷାକ । ନୂଆ ନୂଆ ସ୍କୁଲ ୟୁନିଫର୍ମ ଗୁଡ଼ିକର ସିଲ ବି ଖୋଲିନାହିଁ । କିନ୍ତୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଏଭଳି ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକରେ ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରରୁଆଁ ଥାନା ଅଞ୍ଚଳରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାର, ସର୍ବଶିକ୍ଷା ଅଭିଯାନ ଲେଖାଥିବା ପିଲାଙ୍କ ସ୍କୁଲ ପୋଷାକ ପଡ଼ିରହିଛି । ପ୍ରାଥମିକ ସ୍କୁଲରେ ପାଠପଢ଼ୁଥିବା ପିଲାଙ୍କ ପାଇଁ ବର୍ଷକୁ ୨ହଳ ପୋଷାକ ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତ, ପିଲାଙ୍କୁ ପୋଷାକ ଦିଆନଯାଇ କିଭଳି ଫୋପାଡ଼ି ଦିଆଯାଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ବ୍ଳକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ, ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି । କିଏ ଓ କାହିଁକି ପୋଷାକ ଫିଙ୍ଗିଛନ୍ତି ତାହାର ଜଣାପଡ଼ିନାହିଁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି । ହେଲେ ତା’ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/15-23.jpg)