କେମିତି ହେବ ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ନାଗରିକ ସଂହିତା? ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟରେ ଆଜି ନିଆଯିବ ନିଷ୍ପତ୍ତି ।

59

କନକ ବ୍ୟୁରୋ: କେମିତି ହେବ ୟୁନିଫର୍ମ ସିଭିଲ୍ କୋଡ ବା ସମାନ ନାଗରିକ ସଂଘିତା? ଉତରାଖଣ୍ଡ ବିଧାନସଭାରେ ଏହା ଉପସ୍ଥାପିତ ହେବାପୂର୍ବରୁ ଏହାର ରୂପ ରେଖ ନେଇ ପ୍ରସ୍ତୁତ ହୋଇଛି ଚିଠା ପ୍ରସ୍ତାବ । ଏଥିରେ କେଉଁସବୁ ପ୍ରାବାଧନ ରହିବ ସେଥିପାଇଁ ଉତ୍ତରାଖଣ୍ଡ ସରକାର ପକ୍ଷରୁ ଏକ କମିଟି ଗଠନ ହୋଇଥିଲା । ସେହି କମିଟି ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିକଟରେ ଏହି ଡ୍ରାଫ୍ଟ ବା ଚିଠା ପ୍ରସ୍ତାବ ଦାଖଲ କରିଛି । ଯଦିଓ ଏହି ଚିଠା ପ୍ରସ୍ତାବରେ କଣ ଅଛି ଆନୁଷ୍ଠାନିକ ଭାବେ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ ତଥାପି କିଛି ପ୍ରସ୍ତାବ ସଂପର୍କରେ ସୂଚନା ମିଳିଛି । ତେବେ ଏହି ରିପୋର୍ଟ ଦାଖଲ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନା ଅନୁସାରେ ଏହି ଚିଠା ପ୍ରସ୍ତାବରେ କଣ ସବୁ ରହିଛି ନଜର ପକାନ୍ତୁ ।

– ଝିଅମାନଙ୍କ ବିବାହ ବୟସ ୧୮ ଏବଂ ପୁଅ ମାନଙ୍କ ବୟସ ୨୧ ରହିବ
– ବିବାହ ପଂଜୀକରଣ ବାଧ୍ୟତାମୂଳକ ହେବ
– ଛାଡପତ୍ର ପାଇଁ ଉଭୟ ପତି ଏବଂ ପତ୍ନୀଙ୍କର ସମାନ କାରଣ, ସମାନ ଆଧାର ରହିବା ଆବଶ୍ୟକ ।
– ଛାଡପତ୍ର ପାଇଁ ଯେଉଁ କାରଣ ସ୍ୱାମୀଙ୍କ ପାଇଁ ଲାଗୁ ହେବ ସେହି ସମାନ କାରଣ ସ୍ତ୍ରୀଙ୍କ ପାଇଁ ଲାଗୁ ହେବ ।
– ଯେପର୍ଯ୍ୟନ୍ତ ପତ୍ନୀ ଜୀବିତ ଅଛନ୍ତି ଦ୍ୱିତୀୟ ବିବାହ ସମ୍ଭବ ହେବ ନାହିଁ
– ବହୁ ବିବାହକୁ ନିଷିଦ୍ଧ କରାଯାଇଛି
– ବାପା ମାଙ୍କ ସଂପତ୍ତି ଉପରେ ଉଭୟ ଝିଅ ଏବଂ ପୁଅଙ୍କର ସମାନ ଅଧିକାର ରହିବ
– ଲିଭ୍-ଇନରେ ରହିବାକୁ ହେଲେ ଘୋଷଣାପତ୍ର ଜାରି କରିବାକୁ ହେବ
– ସ୍ୱ-ଘୋଷଣାପତ୍ର ଜରିଆରେ ଲିଭ୍-ଇନ୍ ସଂପର୍କରେ ଘୋଷଣା କରିବେ
– ଚିଠା ପ୍ରସ୍ତାବ ଅନୁସାରେ ସମାନ ନାଗରିକ ସଂଘିତାର ଅଂଶ ବିଶେଷ ହେବେ ନାହିଁ ଅନୁସୂଚିତ ଜନଜାତି