କନକ ବ୍ୟୁରୋ: ଖୁବ୍ ଶୀଘ୍ର ହୋଇପାରେ ଗୁଜୁରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ସବୁ ପ୍ରସ୍ତୁତି ସାରିଥିବାବେଳେ କେବଳ ମତଦାନର ତାରିଖ ଘୋଷଣା କରିବା ବାକି ରହିଛି । ଏହା ଭିତରେ ରାଜନୀତି ରଣକୌଶଳ ପ୍ରସ୍ତୁତ କରିଛି ବିଜେପି ।
ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପି ଏଠାରେ ୟୁନିଫର୍ମ ସିଭିଲ କୋଡ୍ କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଶନିବାର ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ସରକାର ଏକ କମିଟି ଗଠନ ଘୋଷଣା କରିବାର ମଧ୍ୟ ସମ୍ଭାବନା ରହିଛି । ଏହି କମିଟି ୟୁନିଫର୍ମ ସିଭିଲ କୋଡର ସମ୍ଭାବନା ବିଷୟରେ ଅନୁସନ୍ଧାନ କରିବ । ଏଥିପାଇଁ କମିଟି ବିଭିନ୍ନ ଦିଗକୁ ମୂଲ୍ୟାଙ୍କନ କରାଯିବ । ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିମାନେ ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/9-22.jpg)