କନକ ବ୍ୟୁରୋ : ଉତରାଖଣ୍ଡ ପାଇଁ ଐତିହାସିକ ଦିନ । ମଙ୍ଗଳବାର ବିଧାନସଭାରେ ଆଗତ ହୋଇଛି ୟୁସିସି ବା ୟୁନିଫର୍ମ ସିଭିଲ କୋର୍ଡବିଲ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ବିଲ ଆଗତ କରିଥିଲେ । ବିଲ ଉପରେ ଚର୍ଚ୍ଚା ହୋଇଥିବାବେଳେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ତେଣୁ ଗୃହାକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ତେବେ ବୁଧବାର ବିଲ ପାରିତ ହେବା ସମ୍ଭାବନା ରହିଛି । ଏହି ବିଲ ପାସ ହେଲେ ଉତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠି ସମାନ ନାଗରିକ ସହିଂତା ଲାଗୁ ହେବ ।
ଆସନ୍ତୁ ଜାଣିବା ସାମନ ନାଗରିକ ସଂହିତା ବିଲ କ’ଣ ଓ ଏହା ଲାଗୁ ହେବା ପରେ କି ପ୍ରକାର ସୁବିଧା ମିଳିବ ।
ୟୁସିିସି ବିଲ କ’ଣ
-ବିଲ ଲାଗୁ ହେବା ଦ୍ୱାରା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବିବାହ, ଛାଡପତ୍ର, ଜମିଜମା, ସମ୍ପତି, ଉତ୍ତରାଧିକାରିତ୍ୱ କ୍ଷେତ୍ରରେ ରାଜ୍ୟର ସମସ୍ତ ନାଗରିକ ପାଇବେ ସମାନ ଅଧିକାର
-ୟୁସିସି ଲାଗୁ ହେବା ପରେ ବହୁ ବିବାହ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇପାରେ
-ଝିଅଙ୍କ ବିବାହ ଆଇନଗତ ବୟସ ୨୧ବର୍ଷ ଧାର୍ଯ୍ୟ ହୋଇପାରେ
-ଲିଭଇନ୍ ରିଲେସନସିପରେ ରହୁଥିବା ବ୍ୟକ୍ତିଙ୍କୁ ପୋଲିସ ନିକଟରେ ପଞ୍ଜିକରଣ କରିବାକୁ ହେବ
-ମୁସଲମାନ ମହିଳାଙ୍କୁ ପୋଷ୍ୟ ସନ୍ତାନଗ୍ରହଣ କରିବା ଅଧିକାର ସରଳ ହେବ
-ଛାଡପତ୍ର ପ୍ରକିୟାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସମାନ ସୁବିଧା ପାଇବେ
-ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ବାପାମାଙ୍କ ଦାୟିତ୍ୱ ବୋହୁ ଉପରେ ରହିବ ଓ କ୍ଷତିପୂରଣ ମଧ୍ୟ ମିଳିବ
-ଅନାଥ ପିଲାମାନଙ୍କୁ ଗ୍ରହଣ ପାଇଁ ଅଭିଭାବକ ପ୍ରକ୍ରିୟା ସରଳ ହେବ
-ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବିବାଦ ଥିଲେ ପିଲାର କଷ୍ଟଡି ଜେଜେ ବାପା ଓ ମାଙ୍କୁ ଦିଆଯାଇପାରେ
-ଚିଠାପ୍ରସ୍ତାବରେ ୪୦୦ରୁ ଅଧିକ ଧାରା ସାମିଲ କରାଯାଇଛି
ବିଲ ଉତରାଖଣ୍ଡରେ ଆଗତ ହେବା ପରେ ଏନେଇ ବିରୋଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିଲକୁ ବିରୋଧ କରିବା ସହ ଏଥିରେ ଅନେକ ତ୍ରୁଟି ଥିବା କହିଛନ୍ତି ।
ୟୁସିସି କାର୍ଯ୍ୟକାରୀ କରିବାକୁ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ତେବେ ୭୦ପୃଷ୍ଠା ସମ୍ବଳିତ ଚିଠା ରିପୋର୍ଟ ୪ ଖଣ୍ଡରେ ବିଭକ୍ତ ହେଇଛି । ୨ଲକ୍ଷ ୩୩ ହଜର ଲୋକଙ୍କ ପରାମର୍ଶ ଆଧାରରେ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୬୦ହଜାର ଲୋକଙ୍କୁ ନେଇ ୟୁସିସି ଡ୍ରାପ୍ଟ ପ୍ରସ୍ତୁତ କରାଯାଇଛି । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରଂଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ ପାଂଚ ଜଣିଆ ୟୁସିସି ଡ୍ରାପ୍ଟିଂଟି କମିଟି ପକ୍ଷରୁ ଏହି ଚିଠା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ନିକଟରେ ଦାଖଲ କରାଯାଇଥିଲା । ରାଜ୍ୟରେ ଗୋଟିଏ ପ୍ରକାର ସିଭିଲ ଆଇନ କାର୍ଯ୍ୟକାରୀ କରିବା ଲାଗି ୟୁସିସି କମିଟି ରିପୋର୍ଟରେ ଦର୍ଶାଯାଇଥିଲା