ଭୁବନେଶ୍ୱର ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଭାସୁଥିବା ଅବସ୍ଥାରେ ଉଦ୍ଧାର । ଏଯାଏଁ ମିଳିନି ପରିଚୟ ।

213

କନକ ବ୍ୟୁରୋ: ଭୁବନେଶ୍ୱର ବିନ୍ଦୁସାଗରରୁ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଖରୀର ଉତରେଶ୍ୱର ଘାଟରେ ମୃତହେଦ ଭାସୁଥିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ମୃତହେଦକୁ ଉଦ୍ଧାର କରାଯାଇଛି । ମହିଳା ଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ । ତେବେ ଗୋଡ଼ ଧୋଇବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଲିଙ୍ଗରାଜ ଥାନା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।