ଲୋକସଭା ନିର୍ବାଚନ ସମୟରେ ରାଫେଲ ଚୁକ୍ତି ମାମଲା ନିର୍ବାଚନୀ ମୁଦ୍ଦା ବନିଥିଲା । କଂଗ୍ରେସ ଓ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଚୁକ୍ତି ଉପରେ ସରକାରକୁ ଘେରିଥିଲେ । କିନ୍ତୁ ଏବେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏହି ସମ୍ପର୍କରେ ବଡ ଖବର ଫ୍ରାନ୍ସରୁ ଆସିଛି, ଯେଉଁଠି ଭାରତୀୟ ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମରେ ଅନୁପ୍ରବେଶ କରିବାର ଚେଷ୍ଟା କରାଯାଇଛି । ଏହି ଘଟଣା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଯାଇଛି ।
ସେପ୍ଟେମ୍ବରରେ ରାଫେଲ ବିମାନ ଡିଲକୁ ନେଇ ଦେଶରେ ଯେଉଁଠି ରାଜନୈତିକ ଭୂକମ୍ପ ହୋଇଥିଲା, ସେଠି ଫ୍ରାନ୍ସରେ ରାଫେଲ ସହିତ ଜଡିତ ଭାରତୀୟ ଟିମର ଠିକଣାରେ ଅନୁପ୍ରବେଶ ଚେଷ୍ଟା କରାଯାଇଛି । ସୂଚନାଯୋଗ୍ୟ, ରବିବାର ରାତି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଭାରତୀୟ ବାୟୁସେନା ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମର ଠିକଣାରେ ଅନୁପ୍ରବେଶ ପାଇଁ ଚେଷ୍ଟା କରାଯାଇଥିଲା । ଏହି ଚେଷ୍ଟା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/rafale_1490280357.jpg)