କନକ ବ୍ୟୁରୋ: ଗାଜା ଷ୍ଟ୍ରିପ୍‌ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍‌’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ କ୍ୟାଥେରାଇନ୍‌ ରସେଲ୍‌ ଇଜିପ୍ଟରେ କାର୍‌ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍‌’ର ଜଣେ ମୁଖପାତ୍ର କହିଛନ୍ତି।

Advertisment

‘ୟୁନିସେଫ୍‌’ର ଗଣମାଧ୍ୟମ ମୁଖ୍ୟ କର୍ଟିସ୍‌ କୁପର୍‌ କହିଛନ୍ତି, ଆମର ମନେ ହୁଏ ରାଫା ଯିବା ବାଟରେ କାର୍‌ଟି ରାସ୍ତାରେ ଥିବା ବଡ଼ ଗର୍ତ୍ତରେ ପଡ଼ିଛି। କିଂବା ସେ ଗର୍ତ୍ତକୁ ଏଡ଼ାଇବାକୁ ଉଦ୍ୟମ କରାଯାଉଥିବା ବେଳେ କାର୍‌ଟି ଗଭୀର ଖାଇକୁ ଖସି ପଡ଼ି କଡ଼େଇ ହୋଇ ଓଲଟି ପଡ଼ିଛି। ଫଳରେ ରସେଲ୍‌ କ୍ଷତବିକ୍ଷତ ହୋଇଯାଇଛନ୍ତି। ତାଙ୍କୁ ଖୁବ୍‌ ଆଶ୍ୱସ୍ତି ଲାଗୁଥିଲେ ବି କ୍ଷତ ସେତେ ସାଙ୍ଘାତିକ ନୁହେଁ ବୋଲି ଜଣାପଡ଼ିଛି।