କନକ ବ୍ୟୁରୋ : ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଚାଲିଛି ଟିକେଟ ବିକ୍ରି । ଟିକେଟ ନେଇ ମ୍ୟାଚ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି । ଟିକେଟ୍ ନେବା ପାଇଁ ବାରବାଟୀ ସମ୍ନାରେ ଅପିତିକର ପରସ୍ଥିତି ସୃଷ୍ଟି ହୋଇଛି । ଟିକେଟ କାଉଣ୍ଟର ସାମ୍ନାରେ ଟିକେଟ ପାଇଁ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଅଟକାଇଥିବା ବେଳେ ଅନ୍ୟପଟେ ଲାଇନରେ ଛିଡ଼ା ହେବାକୁ ନେଇ ମହିଳାଙ୍କ ମଧ୍ୟରେ ପାଟତୁଣ୍ଡ ହେଉଥିବା ଦେଖିବାକୁ ମିଳିଛି ।

Advertisment

ଏହି ସମୟରେ ଟିକେଟ୍ ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଟିକେଟ୍ କାଉଣ୍ଟର ଆଡକୁ ମାଡି ଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲା ପୋଲିସ । ଠେଲା ପେଲା କରୁଥିବା ଲୋକଙ୍କୁ ପୋଲିସ ମାଡ ମାରଥିଲା । ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ହେବ । ଏଥିପାଇଁ ୩୦ରୁ ୪୦ ହଜାର ଲୋକ କାଉଂଟର ଆଗରେ ଏକାଠି ହୋଇଛନ୍ତି । କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।