ଝାରୁସୁଗୁଡାରୁ ଆସିଲା ଅଭାବନୀୟ ଖବର : ଘର ଭିତରେ ଜଳିଗଲେ ଦମ୍ପତ୍ତି, ନିଆଁ ଲାଗିବାର କାରଣ ଅସ୍ପଷ୍ଟ; କାରଣ ଖୋଜୁଛି ପୁଲିସ

Advertisment
ଝାରୁସୁଗୁଡାରୁ ଆସିଲା ଅଭାବନୀୟ ଖବର : ଘର ଭିତରେ ଜଳିଗଲେ ଦମ୍ପତ୍ତି, ନିଆଁ ଲାଗିବାର କାରଣ ଅସ୍ପଷ୍ଟ; କାରଣ ଖୋଜୁଛି ପୁଲିସ

କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁର ପଂଜାବୀ ଧୋଉଡା ପଡାରେ ଅଭାବନୀୟ ଘଟଣା । ଘର ଭିତରେ ଜୀଅନ୍ତା ଜଳି ଯାଇ ଦମ୍ପତ୍ତି ମୃତ । ଆଜି ଭୋରରୁ ଘଟିଛି ଏପରି ଘଟଣା । ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦୁଇ ଜଣ । ମୃତକ ଦୁଇ ଜଣ ହେଉଛନ୍ତି ଗିରିବର ଦାଶ ଏବଂ ତାଙ୍କର ପତ୍ନୀ ଗୀତା ଦାଶ ।

publive-image

କିପରି ନିଆଁ ଲାଗିଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ବ୍ରଜରାଜନଗର ପୋଲିସ ଏବଂ ରାମପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ କରୁଛି । ଏହି ଦୁର୍ଘଟଣା ସକାଳ ସାଢ଼େ ୮ଟା ସମୟରେ ଘଟିଛି। ମୃତ ବ୍ୟକ୍ତିଙ୍କର ନାମ ଗିରିବର ଦାସ ବୋଲି ଜଣାପଡ଼ିଛି। ପଡ଼ୋଶୀମାନଙ୍କର କହିବା ଅନୁସାରେ ଗିରିବରଙ୍କର ପତ୍ନୀ କୋଇଲା ଚୁଲି ଘରକୁ ନେବା ସମୟରେ ପିନ୍ଧିଥିବା କପଡ଼ାରେ ନିଆଁ ଲାଗିଯାଇଥିଲା। ଏଥିରେ ଭୟଭୀତ ହୋଇ ସେ ଚୁଲିଟିକୁ ଫୋପାଡ଼ି ଦେଇଥିଲେ।  କିନ୍ତୁ  ନିଆଁରେ ଜଳିଯାଇଥିଲେ ଗିରିବରଙ୍କ ପତ୍ନୀ । ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିବର ମଧ୍ୟ  ଜଳିଯାଇଥିଲେ।

publive-image

ନିକଟରେ ଥିବା ପେଟ୍ରୋଲ୍ ଭଳି କୌଣସି ପଦାର୍ଥରେ କୋଇଲା ଚୁଲିର ନିଆଁ ଲାଗିଯିବାରୁ ଘର ଭିତରର ଥିବା ବହୁ ଜିନିଷ ପତ୍ର ବି ଜଳିଯାଇଛି। ତେବେ ଆଜବେଷ୍ଟସ୍ ଘର ହୋଇଥିବାରୁ ତାହା ଜଳିନାହିଁ। ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe