କନକ ବ୍ୟୁରୋ: ଦେଶରେ ପୁଣି ବଢିଲା ବେକାରୀ । ମାତ୍ର ଗୋଟିଏ ସପ୍ତାହରେ ୧ ପ୍ରତିଶତରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି । ଜୁଲାଇ ୧୮ ତାରିଖରେ ଦେଶରେ ୫.୯୮ ପ୍ରତିଶତ ଲୋକଙ୍କ ପାଖରେ କାମ ନଥିଲା ଅର୍ଥାତ ୧୦୦ ଜଣରେ ପାଖାପାଖି ୬ ଜଣଙ୍କ ପାଖରେ କାମ ନଥିଲା । ତେବେ ଜୁଲାଇ ୨୫ ତାରିଖ ବା ସପ୍ତାହକ ପରେ ଦେଶର ବେକାରୀ ୭.୧୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି ବା ସିଏମଆଇଇ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ବେକାରୀ ତୀର୍ଯ୍ୟକ ଭାବେ ବଢ଼ିଛି । ସପ୍ତାହକ ତଳେ ଗ୍ରାମାଞ୍ଚଳରେ ୫.୧ ପ୍ରତିଶତ ଲୋକଙ୍କ ପାଖରେ କାମ ନଥିଲା । ଗୋଟିଏ ସପ୍ତାହରେ ଏହା ବଢ଼ି ୬.୭୫ ପ୍ରତିଶତ ହୋଇଯାଇଛି । ସେହିପରି ଭାରତର ସହରାଞ୍ଚଳରେ ବେକାରୀ ହାର ୭.୯୪ ପ୍ରତିଶତରୁ ୮.୦୧ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଜାତୀୟ ବେକାରୀ ହାର ଠାରୁ ସହରାଞ୍ଚଳର ବେକାରୀ ହାର ଅଧିକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/unemployment.jpg)