କରୋନା ସମୟରେ ଓଡିଶାରେ ବଢିଛି ବେକାରୀ : ୧.୪ ପ୍ରତିଶତରୁ ବଢି ବେକାରୀ ହାର ୨.୧ ପ୍ରତିଶତରେ ପହଞ୍ଚିଛି ; ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ବଢିଛି ବେକାରୀ

307

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଓଡିଶାରେ ବଢିଛି ବେକାରୀ । ଚଳିତବର୍ଷ ଅଗଷ୍ଟ ତୁଳନାରେ ସେପେଟମ୍ବରରେ ବେକାରୀ ହାର ୧.୪ ପ୍ରତିଶତରୁ ବଢି ୨ ଦଶମିକ୧ ରେ ପଂହଚିଛି । ସେଂଟର ଫର ମନଟରିଂ ଇଣ୍ଡିଆନ ଇକୋନାମି, ସିଏମଆଇଆଇ ଦ୍ୱାରା ଦେଶରେ ବେକାରୀର ତାଜା ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି ।

ରିପୋର୍ଟ ଅନୁସାରେ, ଉତରାଖଣ୍ଡ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ବେକାରି ସ୍ଥିତି ଓଡିଶା ତୁଳନାରେ ବହୁଗୁଣରେ ଉଦବେଗଜନକ ସ୍ଥିତିରେ ଅଛି । ସବୁଠାରୁ ବଡ କଥା ହେଲା, କରୋନା କାଳରେ ଜାତୀୟ ସ୍ତରରେ ବେକାରୀ ହାର ହ୍ରାସ ପାଇଛି । ଜାନୁଆରୀ ୨୦୨୦ରେ ବେକାରି ହାର ୭.୨୨ ପ୍ରତିଶତ ଥିବାବେଳେ ସେପେଟମ୍ବରରେ ଏହା ୬.୬୭ ପ୍ରତିଶତକୁ ହ୍ରାସ ପାଇଛି । ସିଏମଆଇଆଇର ରିପୋର୍ଟ ଅନୁସାରେ, ୨୦୨୦ ମସିହା ସେପେଟମ୍ବର ମାସରେ ରାଜ୍ୟର ଗ୍ରାମାଂଚଳରେ ବେକାରି ୨.୦ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ଏହାର ପ୍ରତିଶତ ରହିଛି ୨.୪ ।

କରୋନା ମହାମାରୀ ବ୍ୟାପିବାର ପ୍ରଥମ ୩ ମାସ ସ୍ଥିତିକୁ ସିଏମଆଇଆଇର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡିବ ଯେ, ପ୍ରଥମ ୩ ମାସରେ ବେକାରି ହାର ବଢିଛି । କିନ୍ତୁ ମେ ମାସରେ ସୁଧାର ଆସିବା ପରେ ବେକାରି ହାର ୧୧.୪ ପ୍ରତିଶତକୁ ଖସି ଆସିିଥିଲା । ଦେଶରେ ସବୁଠାରୁ କମ ୧.୨ ପ୍ରତିଶତ ବେକାରି ହାର ଆସାମରେ ରହିଥିବା ରିପୋର୍ଟରେ କୁହାଯାଇଛି ।