ବିହାର ନିର୍ବାଚନରେ ରୋଜଗାର ମୁଦ୍ଦା । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କଲା ଆରଜେଡି । କାଉଣ୍ଟର କଲା ବିଜେପି କହିଲା, କ୍ଷମତାକୁ ଆସିଲେ ଦେବ ୧୯ ଲକ୍ଷ ଚାକିରି  

121

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ୨୮ ଅକ୍ଟୋବରରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । କିନ୍ତୁ ତା ପୂର୍ବରୁ ନିର୍ବାଚନୀ ଲଢେଇ କେଉଁ ପ୍ରସଙ୍ଗରେ ହେବ, ତାର ନ୍ୟାରେଟିଭ ସ୍ଥିର କରିସାରିଛନ୍ତି ତେଜସ୍ୱୀ ଯାଦବ । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛି ଆରଜେଡି । ଏଥିସହ ଘୋଷଣା ପତ୍ର ଜାରି କରି ତେଜସ୍ୱୀ କହିଛନ୍ତି ୮୫ ପ୍ରତିଶତ ବିହାରୀ ଯୁବକଙ୍କୁ ଅଗ୍ରାଧିକାର ଦିଆଯିବ । ଏହାକୁ କାଉଂଟର କରିବାକୁ ବିହାର ବିଜେପି କହିଛି କ୍ଷମତାକୁ ଆସିଲେ ୧୯ ଲକ୍ଷ ରୋଜଗାର ଦିଆଯିବ । ଏହାକୁ ନେଇ ଆରୋପ-ପ୍ରତ୍ୟାରୋପ ତ ଆରମ୍ଭ ହୋଇଯାଇଛି । ହେଲେ ଭୋଟରଙ୍କୁ ଏହି ପ୍ରତିଶ୍ରୁତି କେତେ ଆକର୍ଷିତ କରୁଛି, ତା ଉପରେ ନଦର ରହିଛି ।

ବିହାରରେ ମାଗଣା କରୋନା ଭ୍ୟାକ୍ସିନର ରାଜନୈତିକ ଟ୍ରାଏଲ ଆରମ୍ଭ ହେବା ପୂର୍ବରୁ ଏଥର ନିର୍ବାଚନର ନ୍ୟାରେଟିଭ ସ୍ଥିର କରିଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଆରଜେଡି ଘୋଷଣାପତ୍ରରେ ଆଗାମୀ ୨୮ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ୧୦ ଲକ୍ଷ ଚାକିରି ଘୋଷଣାକୁ ନିର୍ବାଚନୀ ଇସ୍ତାହାରରେ ଜାମା ପିନ୍ଧାଇଛନ୍ତି ଆରଜେଡି ନେତା । ତେଜସ୍ୱୀ ଯାଦବ କହିଛନ୍ତି

ଅର୍ଥାତ ବିହାରର ଯୁବକ, ଯୁବତୀଙ୍କ ପାଇଁ ସଂରଖଣ କାର୍ଡ ଖେଳି ବିହାରର ନିର୍ବାଚନୀ ଲଢେଇକୁ ଆହୁରି ରୋମାଂଚକର କରିଦେଇଛନ୍ତି ତେଜସ୍ୱୀ ଯାଦବ । ଆରଜେଡି ସରକାରୀ ଚାକିରି ଦେବାକଥା କହିଛି, ଅର୍ଥାତ ରୋଜଗାର ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନେତା ଆରଜେଡି । ଆରଜେଡିର ଏହିଭଳି ମନଲୋଭ ଘୋଷଣାପତ୍ରକୁ ଦେଖି ବିଜେପି ଛାନିଆ । ତେଣୁ ନିର୍ବାଚନୀ ରାଲିରେ ଜାମ୍ମୁ-କାଶ୍ମୀର, ପାକିସ୍ତାନ ଓ ଆତଙ୍କବାଦ ଭଳି ରାଷ୍ଟ୍ରୀୟ ପ୍ରସଙ୍ଗ ଉଠାଉଥିବା ଗେରୁଆ ଦେଳକୁ ଆରଜେଡିର ପ୍ରତିଶ୍ରୁତି ମିଛ ଲାଗୁଛି ।

ବିହାରରେ ବେରୋଜଗାରିକୁ ପ୍ରସଙ୍ଗ କରି ନିର୍ବାଚନର ନ୍ୟାରେଟିଭ ବଦଳାଇ ସାରିଛନ୍ତି ତେଜସ୍ୱୀ ଯାଦବ । ଆଉ ଏହି ପ୍ରସଙ୍ଗକୁ ଜୋରରେ ଜାବୁଡି ଧରିଛନ୍ତି । ଯାହା ତାଙ୍କ ନିର୍ବାଚନୀ ସଭା ନିକଟକୁ ଭିଡକୁ ଟାଣି ଆଣୁଛି । ଆଉ ଏହି ଜୋସରେ ଆରଜେଡି ତାର ନିର୍ବାଚନୀ ଇସ୍ତାହାରରେ ଏକାଧିକ ବଡ ଘୋଷଣା ବି କରିଛି ।

ଏସବୁ ପ୍ରତିଶ୍ରୁତି ଭିତରେ ତେଜସ୍ୱୀ ଯାଦବ, ୧୦ ଲକ୍ଷ ସରକାରୀ ଚାକିରି ପ୍ରସଙ୍ଗ ଉଠାଇ ବିହାର ବିଧାନସଭା ଆସନ ପାଇଁ ଖେଳକୁ ଅତି ରୋମାଂଚକର କରିସାରିଛନ୍ତି । ଯାହାର ଗୁଞ୍ଜରଣ ଏବେ ଭିଡର ଚିକ୍ରାର ହୋଇ ସାମ୍ନାକୁ ଆସିବାରେ ଲାଗିଛି । ତେଣୁ କାଳେ ପଛରେ ପଡିଯିବ ସେହି ଆଶାଙ୍କାରେ ବିଜେପି ବି ସରକାରୀ ଚାକିରି ଯାଗାରେ ୧୯ ଲକ୍ଷ ରୋଜଗାର ଦେବାକୁ ଘୋଷଣା କରିପକାଇଛି ।

ଜାତି ରାଜନୀତିରେ ବର୍ଷବର୍ଷ ଧରି ଫସିରହିଥିବା ବିହାରରେ ଏହି ପ୍ରସଙ୍ଗ ଭଲ ସଂକେତ ଦେଉଛି । ଯେତେବେଳେ ସବୁ ରାଜନତିକ ଦଳ ରୋଜଗାର ଓ ଚାକିରିକୁ ପ୍ରସଙ୍ଗ କରି ଜନମତ ଜିତିବାକୁ ଚାହୁଁଛନ୍ତି । ତେଣୁ ଯଦି ଜନତା କେବଳ କାମ ଆଶାରେ ଇଭିଏମର ବଟନ ଦବାତି ତାହାହେଲେ ଏହା ବିହାରର ଭାଗ୍ୟ ବଦଳାଇ ଦେଇପାରେ ।