ନିର୍ବାଚନ ବେଳେ ଚର୍ଚ୍ଚାରେ ‘ବେକାରୀ’ ପ୍ରସଙ୍ଗ । ସରକାରଙ୍କୁ କଟାକ୍ଷ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିତାମ୍ବରମ୍ ।

86

କନକ ବ୍ୟୁରୋ: ନିର୍ବାଚନ ବେଳେ ବେକାରୀଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଏବେ ଉଠୁଛି । ଏହାରି ଭିତରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ କହିଛନ୍ତି ଯେ ବେକାରୀ ଭଳି ସମସ୍ତ ସାମାଜିକ, ଅର୍ଥନୈତିକ ସମସ୍ୟାର ସମାଧାନ ସରକାର କରିପାରିବେ ନାହିଁ । ସରକାରୀ ହସ୍ତକ୍ଷେପ ଦ୍ୱାରା ଏହିସବୁ ଆହ୍ୱାନର ସମାଧାନ ହୋଇପାରିବ ବୋଲି ଭାବିବା ଭୁଲ୍ ବୋଲି ସେ କହିଛନ୍ତି ।

ଏହାକୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଯଦି ଏହା ବିଜେପି ସରକାରର ଆଭିମୁଖ୍ୟ ତାହେଲେ ଗାଦି ଛାଡିବା ଉଚିତ । ଚିଦାମ୍ବରମ କହିଛନ୍ତି, କଂଗ୍ରେସ କିନ୍ତୁ ବେକାରୀ ଭଳି ସମସ୍ୟାର ସମାଧାନ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏହାର ସମାଧାନ କିଭଳି ହେବ ତାର ସମାଧାନ କରିବାକୁ ନିର୍ବାଚନ ଇସ୍ତାହାରରେ ଏବାବଦରେ ଘୋଷଣା କରିବ ।