ମହାମାରୀ ସମୟରେ କମିଛି ଓଡ଼ିଶାରେ ବେକାରୀ ହାର । ବେକାରୀ ହାର ସାରା ଦେଶରେ ସର୍ବନିମ୍ନ ।

ସିଏମଆଇଇ ରିପୋର୍ଟରେ ଆସିଲା ତଥ୍ୟ । ଓଡିଶାରେ ବେକାରୀ ସବୁଠୁ କମ୍ ।

କନକ ବ୍ୟୁରୋ : ମହାମାରୀ ସମୟରେ କମିଛି ଓଡ଼ିଶାରେ ବେକାରୀ ହାର । ଯାହା ସାରା ଦେଶରେ ସର୍ବନିମ୍ନ । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମିର ରିପୋର୍ଟ ଅନୁସାରେ ୨୦୨୧ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଓଡ଼ିଶାର ବେକାରୀ ହାର ଦେଢ ପ୍ରତିଶତରୁ କମ୍ । ରିପୋର୍ଟରେ କୁହାଯାଇଛି, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୀବିକା ପାଇଁ ସୁଯୋଗ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ବେକାରୀ ହାର କମିଛି । ତେବେ ବିରୋଧୀ ଦଳ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ।

ଓଡ଼ିଶାରେ କମୁଛି ବେକାରୀ ! ବେକାରୀ ହାର ଦେଶରେ ସର୍ବନିମ୍ନ ! ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକନମି ‘ସିଏମଆଇଇ' ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୨୦୨୧ରୁ ଡିସେମ୍ବର ୨୦୨୧ ମଧ୍ୟରେ ଓଡ଼ିଶାର ବେକାରୀ ହାର ହେଉଛି ୧.୪୭ ପ୍ରତିଶତ । ଯାହା ଦେଶରେ ସର୍ବନିମ୍ନ । ଜାତୀୟ ବେକାରୀ ହାର ହେଉଛି ୭.୫ ପ୍ରତିଶତ । ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ଶ୍ରମ ଯୋଗଦାନ ହାର ପାଖାପାଖି ୪୦ ପ୍ରତିଶତ ରହିଛି । ଉଭୟ ସହର ଓ ଗ୍ରାମାଞ୍ଚଳରେ ଜୀବିକା ପାଇଁ ସୁଯୋଗ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ମନରେଗା ଯୋଜନା ତୁଲାଇଛି ପ୍ରମୁଖ ଭୂମିକା । ୨୦୨୧-୨୨ରେ ସୃଷ୍ଟି ହୋଇଛି ୧୮ କୋଟିରୁ ଅଧିକ କାର୍ଯ୍ୟ ଦିବସ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସରକାର ଅଧିକ ପ୍ରୋତ୍ସାହନ ଦେଇଛନ୍ତି । ଜୀବିକା ପାଇଁ ଏସଏଚଜିକୁ ମିଳିଛି ଅଧିକ ବ୍ୟାଙ୍କ ରୁଣ । ମିସନ ଶକ୍ତି ଅଭିଯାନରେ ୭୦ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ସାମିଲ୍ ହୋଇଛନ୍ତି । ଧାନ ସଂଗ୍ରହ, ହସ୍ପିଟାଲ୍ ଖାଦ୍ୟ, ଆହାର କେନ୍ଦ୍ର ପରିଚାଳନା, ମତ୍ସ୍ୟ ଚାଷ, ବର୍ଜ୍ୟବସ୍ତୁ ପରିଚାଳନାରେ ଏମାନଙ୍କୁ ସାମିଲ କରାଯାଇଛି ।

‘ସିଏମଆଇଇ' ରିପୋର୍ଟ
(ସେପ୍ଟେମ୍ବର-ଡିସେମ୍ବର ୨୦୨୧) ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ
ଶ୍ରମ ଯୋଗଦାନ ହାର ୩୯.୯୬ ପ୍ରତିଶତ
ଜୀବିକା ପାଇଁ ଉଭୟ ସହର ଓ ଗ୍ରାମାଞ୍ଚଳରେ ବଢ଼ିଛି ସୁଯୋଗ
ଗ୍ରାମାଞ୍ଚଳରେ ମନରେଗା ଯୋଜନା ତୁଲାଇଛି ପ୍ରମୁଖ ଭୂମିକା
୨୦୨୧-୨୨ରେ ସୃଷ୍ଟି ହୋଇଛି ୧୮ କୋଟିରୁ ଅଧିକ କାର୍ଯ୍ୟ ଦିବସ
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଛି ଅଧିକ ପ୍ରୋତ୍ସାହନ
ଜୀବିକା ପାଇଁ ଏସଏଚଜିକୁ ମିଳିଛି ଅଧିକ ବ୍ୟାଙ୍କ ରୁଣ
ମିସନ ଶକ୍ତି ଅଭିଯାନରେ ୭୦ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ସାମିଲ୍
ଧାନ ସଂଗ୍ରହ, ହସ୍ପିଟାଲ୍ ଖାଦ୍ୟ, ଆହାର କେନ୍ଦ୍ର ପରିଚାଳନା, ମତ୍ସ୍ୟ ଚାଷ, ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ

ଅର୍ଥନୈତିକ ସମୀକ୍ଷକଙ୍କ ମତରେ ବେକାରୀ ସମସ୍ୟାକୁ ନେଇ ଯେଉଁ ସାମ୍ପୁଲ କରାଯାଇଛି ତାହା ମାସିକ ସର୍ଭେ । ବାର୍ଷିକ ରିପୋର୍ଟ ତଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଅଧିକ ପରିମାଣର ଚାକିରି ଅପେକ୍ଷା ଗୁଣାବତାକୁ ଗୁରୁତ୍ୱ ଦେବା ଜରୁରୀ । କରୋନା କାଳରେ ରାଜ୍ୟ ବେକାରୀ ହାର କମ୍ ରହିବା ରାଜ୍ୟ ସରକାରଙ୍କ ଯୋଜନା ଯୋଗୁଁ ସମ୍ଭବ ହୋଇଛି ବୋଲି ଶାସକ ଦଳ ଯୁକ୍ତି ବଢ଼ିଥିବା ବେଳେ ବିରୋଧୀ ଦଳ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe