କୁଆଡ଼େ ଗଲା ମୋଦିଙ୍କ ପ୍ରତିଶୃତି ? ଭାରତରେ ବଢ଼ିଚାଲିଛି ବେରୋଜଗାରୀଙ୍କ ସଂଖ୍ୟା, ଜାଣନ୍ତୁ ୨୦୧୯ରେ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା କେତେ ଥିବ

Advertisment
କୁଆଡ଼େ ଗଲା ମୋଦିଙ୍କ ପ୍ରତିଶୃତି ? ଭାରତରେ ବଢ଼ିଚାଲିଛି ବେରୋଜଗାରୀଙ୍କ ସଂଖ୍ୟା, ଜାଣନ୍ତୁ ୨୦୧୯ରେ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା କେତେ ଥିବ

କନକ ବ୍ୟୁରୋ : ଦିନକୁ ଦିନ ଭାରତରେ ବଢ଼ିଚାଲିଛି ବେରୋଜଗାର ସଂଖ୍ୟା । ୨୦୧୮ରେ ଭାରତରେ ବୃଦ୍ଧିପାଇଛି ବେରୋଜଗାର ସଂଖ୍ୟା । ୧.୮୬ କୋଟି ଟପିଛି ଦେଶର ବେରୋଜଗାର ସଂଖ୍ୟା । ଏକଥା ଆମେ କହୁନୁ,ଅନ୍ତରାଷ୍ଟ୍ରୀୟ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏହା କୁହାଯାଇଛି । ଖାଲି ଏତିକି ନୁହେଁ ,୨୦୧୯ ବେଳକୁ ଦେଶର ବେରୋଜଗାର ବୃଦ୍ଧି ପାଇ ୧.୮୯ କୋଟି ଟପିବ ବୋଲି ଅନୁମାନ କରିଛି ମନ୍ତ୍ରାଳୟ ।

publive-image୨୦୧୭ରେ ଦେଶର ବେରୋଜଗାର ସଂଖ୍ୟା ଥିଲା ୧.୮୩କୋଟି । ଦେଶରେ ବେରୋଜଗାର ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ମୋଦିଙ୍କ ରୋଜଗାର ସୃଷ୍ଟି କରିବା ପ୍ରତିଶ୍ରୁତିକୁ ନେଇ ଉଠିଛି ପ୍ରଶ୍ନ । କାରଣ ୨୦୧୪ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତିବର୍ଷ ଦେଶରେ ୧ କୋଟି ନୂଆ ରୋଜଗାର ନିଯୁକ୍ତି ସୃଷ୍ଟି କରିବେ । ଯାହାଦ୍ୱାରା ଦେଶରେ ବେରୋଜଗାର ଦୂର ହେବା ସହ ଦେଶର ଆର୍ଥିକ ସ୍ଥିତିି ସଦୃଢ ହେବ ।କିନ୍ତୁ ଏବେ ଶ୍ରମ ମନ୍ତ୍ରାଳୟର ରିପୋର୍ଟ କହୁଛି କିଛି ଅଲଗା ।

୪ବର୍ଷ ପୁରା କରିଥିବା ମୋଦି ସରକାର ଏବେ ଶେଷ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ୨୦୧୯ ବେଳକୁ ପୁଣି ଜନତାଙ୍କ ଆଗରେ ମୋଦି ଅନେକ ପ୍ରତିଶ୍ରୁତି ରଖିବେ ।ତେବେ ବର୍ତମାନ ସମୟର ବଡ ପ୍ରଶ୍ନ ଯେ ପ୍ରତିବର୍ଷ ୧କୋଟି ରୋଜଗାର ନିଯୁକ୍ତି ସୃଷ୍ଟି ପ୍ରତିଶ୍ରୁତି ଦେଇଥିବା ମୋଦି ସରକାରଙ୍କୁ ଦେଶକୁ ବେରୋଜଗାର ମୁକ୍ତ କରିବା ପାଇଁ ଆଉ କେତେ ସମୟ ଲାଗିବ । ନା ଏମିତି ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଥିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe