ଡ୍ରଗ୍ସ ବିବାଦରୁ ଅଣ୍ଡରୱାର୍ଲ୍ଡ ଲିଙ୍କ: ମୁହାଁମୁହିଁ ହେଲେ ନୱାବ-ଫଡନବିସ

132

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ କେସ୍ରେ ତେଜୁଛି ରାଜନୀତି । ନେତା ନେତା ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ଧାରା । ଗୋଟିଏ ପଟେ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣାଣ୍ଡିଜ ଙ୍କୁ ଟାର୍ଗେଟ କରୁଛନ୍ତି ନବାବ ମଲ୍ଲିକ । ସେହିପରି ଫର୍ଣ୍ଣାଣ୍ଡିଜ ମଧ୍ୟ ପାଲଟା ଜବାବ ରଖିଛନ୍ତି । ଏନସିପି ନେତାଙ୍କ ସମ୍ପର୍କ ଅଣ୍ଡରୱାଲ୍ଡ ସହ ଥିବା କହିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ।
ମୁମ୍ବାଇ ଡ୍ରଗସ କେସରେ ଆରୟନଙ୍କୁ ବେଲ ମିଳିଲା । ଏହି କେସ ଦାୟିତ୍ୱ ରେ ଥିବା ସମୀର ୱାନଖେଡେଙ୍କୁ ମଧ୍ୟ ତଦନ୍ତରୁ ହଟାଗଲା । କିନ୍ତୁ ଘଟଣାକୁ ନେଇ ଏବେ ବିଜେପି-ଏନସିପି ମୁହାଁମୁହିଁ । ଘଟଣାକୁ ନେଇ ନେତାଙ୍କ ବୟାନବାଜି ବନ୍ଦ ହେବାର ନାଁ ଧରୁନି । ଆଉ ଏବେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିପଡିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନବିସ ଓ ଏନସିପି ନେତା ନୱାବ ମଲ୍ଲିକ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଅଣ୍ଡରୱାର୍ଲ୍ଡ ସହ ଲିଙ୍କ ଥିବା କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନବିସ । ଏନିସିପି ନେତା ମୁମ୍ବାଇ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଦାଉଦଙ୍କ ସମ୍ପର୍କୀୟ ବୋଲି କହିଛନ୍ତି ଫଡନବିସ । ଏହାସହ ୧୯୯୩ ମୁମ୍ବାଇ ବିଷ୍ପୋରଣରେ ସାମିଲ ଥିବା ଅଭିଯୁକ୍ତଙ୍କଠାରୁ ନୱାବ ମଲ୍ଲିକ ଜମି କିଣିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ସେପଟେ ଅଣ୍ଡରୱାଲଡ ଲିଙ୍କ ଆରୋପର ଜବାବ ରଖିଛନ୍ତି ମନ୍ତ୍ରୀ ନବାବ ମଲିକ । ସେ ବୁଧବାର ସକାଳ ୧୦ଟା ରେ ଅଣ୍ଡରୱାଲଡ ନେଇ ହାଇଡ୍ରୋଜେନ ବମ ଫୁଟାଇବେ ବୋଲି କହିଛନ୍ତି । ଫଡନବିସ ମୁଖ୍ୟମନ୍ତ୍ରୀ ଥିବାବେଳେ ଅଣ୍ଡରୱାଲଡ ଜରିଆରେ ପୁରା ମହାରାଷ୍ଟ୍ରର କାର୍ଯ୍ୟଧାରା କରାଯାଉଥିଲା ବୋଲି କହିଛନ୍ତି ନବାବ ମଲ୍ଲିକ । ମହାରାଷ୍ଟ୍ର ରାଜନୀତିରେ କ୍ରୁଜ ଡ୍ରଗସ କେସ ଏବେ ଏକ ବଡ ପ୍ରସଙ୍ଗ ହୋଇ ଉଠିଥିବାବେଳେ ଆଗକୁ ନବାବଙ୍କ ହାଇଡ୍ରୋଜେନ ବମ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।