ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ ।

154

କନକ ବ୍ୟୁରୋ: ଏଥର ଜମିବ ବାଲିଯାତ୍ରା । ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ପଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ । ୨୫୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ା ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ । ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ । ସମୁଦ୍ର ଭିତରେ ଚାଲିଚାଲି ଯିବା ଭଳି ଅନୁଭବ କରିପାରିବେ ଦର୍ଶକ । ଚାରିପଟେ ପାଣି ସହ ପାଣି ଭିତରେ ବିଭନ୍ନ ପ୍ରକାରର ମାଛ ଦେଖିବାକୁ ମିଳିବ । ୨୮ ଟି ଟ୍ରକରେ ତାମିଲନାଡରୁ ଆସିବ ଉପକରଣ । ଟିକେଟର ମୁଲ୍ୟ ୧୦୦ରୁ ୧୫୦ ରଖଯାଇଛି । କିଣାବିକାର ବାଲିଯାତ୍ରାରେ ଏଥର ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି କୁହାଯାଉଛି ।