କନକ ବ୍ୟୁରୋ : ଆଣ୍ଟଲାଟିକ ମହାସାଗରରେ ଥିବା ଟାଇଟାନିକ୍ ଜାହାଜର ଅବଶେଷକୁ ଦେଖିବାକୁ ଯାଇ ଟାଇଟନ ବୁଡାଜାହାଜ ନିଖୋଜକୁ ୫ ଦିନ ହେଲାଣି । ହେଲେ ଏପର୍ଯ୍ୟନ୍ତ ବୁଡାଜାହାଜର ପତା ମିଳୁନି । ସମୟ ଗଡ଼ିବା ସହ ସରି ସରି ଆସୁଛି ଅକ୍ସିଜେନ୍ । ଏହି ବୁଡା ଜାହାଜରେ ମାତ୍ର ୯୬ ଘଣ୍ଟା ପାଇଁ ଜୀବନରକ୍ଷକ ଅମ୍ଳଜାନ ରହିଥିଲା । ଏବେ ଜାହାଜରେ ୧୦ ଘଂଟାରୁ କମ୍ ସମୟ ପାଇଁ ଅମ୍ଳଜାନ ରହିଛି । ଫଳରେ ଜାହାଜରେ ଥିବା ୫ ଜଣଙ୍କ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି ।

Advertisment

ଆମେରିକା ଏବଂ କାନାଡା ପକ୍ଷରୁ ଜାହାଜ ଓ ବିମାନ ଜରିଆରେ ଠାବ ପାଇଁ ଉଦ୍ୟମ କରାଯାଉଛି । କାନାଡା ପକ୍ଷରୁ ସର୍ଚ୍ଚ ଅପରେସନରେ ସାମିଲ ଏକ ବିମାନର ସୋନାର-ବୋୟଜ୍ ଜରିଆରେ କିଛି ଶବ୍ଦ ଶୁଣାଯାଇଥିବା ଜଣାପଡ଼ିଛି । ଆମେରିକା ନୌସେନା ଏହି ଶବ୍ଦକୁ ବିଶ୍ଳେଷଣ କରୁଛି । ଶବ୍ଦ କେଉଁଠୁ ଶୁଭୁଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ସେହି ଅଞ୍ଚଳରେ ରିମୋର୍ଟଲି ଅପରେଟେଡ ଭେଇକିଲ ମୁତୟନ କରାଯାଇଛି । ବୁଡାଜାହାଜ ପରିଚାଳନାକାରୀ କମ୍ପାନୀ ଓସେନ ଗେଟ ଏକ୍ସପେଡିସନ୍ସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରିସର୍ଚ୍ଚ ଭେସେଲ ଟାଇଟାନର ଲମ୍ବ ୬ଦଶମିକ ୫ମିଟର ଅର୍ଥାତ ୨୧ ଫୁଟ୍ ।

ଏହି ବୁଡାଜାହାଜ ୧୩ ହଜାର ୧୦୦ ଫୁଟ ଗଭୀରକୁ ପହଁଚିବାକୁ ସକ୍ଷମ । ବୁଡାଜାହାଜରେ ଥିବା ୫ଜଣ ବ୍ୟକ୍ତିଙ୍କ ମଧ୍ୟରେ ରହିଥଛନ୍ତି ବ୍ରିଟିଶ ଆଡଭେଂଚରର ହାମିଶ ହାର୍ଡିଂ । ୫୮ବର୍ଷିୟ ହାର୍ଡିଂ ଆକ୍ସନ ଆଭିଏସନର ଅଧ୍ୟକ୍ଷ । ସେହିପରି କରାଚୀରେ ମୁଖ୍ୟାଳୟ ଥିବା ଏନଗ୍ରୋ କମ୍ପାନୀ ଉପାଧକ୍ଷ ଶାହଜାଦା ବାଉଦ ମଧ୍ୟ ସେହି ବୁଡାଜାହାଜରେ ଥିଲେ । ଏହି ପାକିସ୍ତାନୀ ବ୍ୟବସାୟୀଙ୍କ ସହ ତାଙ୍କ ପୁଅ ସୁଲେମାନ ମଧ୍ୟ ଯାଇଥିଲେ ।