କନକ ବ୍ୟୁରୋ: ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାଆଁ ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇଗଲା। ସେ ତଳେ ପଡ଼ିଗଲା।
ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ।ଅଭିଯୁକ୍ତ ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା। ଏହାଛଡ଼ା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି।
Follow Us