କନକ ବ୍ୟୁରୋ : ଓଡିଶାରୁ ବିଦାୟ ନେଇଛି ଫୋନି । କିନ୍ତୁ ଭାଙ୍ଗି ଦେଇଛି ରାଜ୍ୟର ମେରୁଦଣ୍ଡ । ରାଜ୍ୟର ଦୁଇଟି ପ୍ରମୁଖ ସହରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି ଫୋନି । ଯାହାର ଚିତ୍ର ଦେଖିବା ମାତ୍ରେ ଆଖିକୁ ଆପଣାଛାଏଁ ଲୁହ ଜକେଇ ଆସୁଛି । କିଛି ଘଣ୍ଟାର ବାତ୍ୟା ପରେ ଏହି ଦୁଇ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି । କୋଠାଘରକୁ ଛାଡିଦେଲେ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି । କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ବାତ୍ୟା ପରେ ପୁରୀ ସହରର ସ୍ଥିତି କିଭଳି ଆକାଶମାର୍ଗରୁ ତାହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫୋନି ଯିବା ପରେ । ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାତ୍ୟା ଆଶ୍ରୟସ୍ଥଳୀରେ ୧୫ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତି ।
Advertisment
Follow Us