ପତ୍ନୀଙ୍କ ସହ ମ୍ୟାଚ ଦେଖିବାକୁ ପହଞ୍ଚିଲେ ଅଣ୍ଡରଟେକର, ପୁଣି ଓହ୍ଲାଇ ପାରନ୍ତି ରିଙ୍ଗକୁ 

141

କନକ ବ୍ୟୁରୋ: ଡବ୍ଲୁଡବ୍ଲୁଇ ସୁପରଷ୍ଟାର ରେସଲର ଅଣ୍ଡରଟେକର ଏବେ ପୁଣି ଚର୍ଚ୍ଚାରେ । କୁହାଯାଉଛି ଡବ୍ଲୁଡବ୍ଲୁଇର ରେସଲର ମାନିଆ ୩୮ରେ ପୁଣି ରିଙ୍ଗକୁ ଓହ୍ଲାଇ ପାରନ୍ତି ଅଣ୍ଡରଟେକର । ଏହି ଚର୍ଚ୍ଚା ଭିତରେ ନିଜ ସ୍ତ୍ରୀଙ୍କ ସହ ଟେକ୍ସାସରେ ହେଉଥିବା ଏନଏଫଏଲ ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ । ଏଠାରେ ଅଣ୍ଡରଟେକର ଖେଳାଳିଙ୍କୁ ଭେଟିବା ସହ ଆମେରିକା ସେନାଙ୍କୁ ମଧ୍ୟ ଭେଟିଥିଲେ ।

୍ଯେଉଁ ଷ୍ଟାଡିୟମରେ ଅଣ୍ଡରଟେକର ଏହି ମ୍ୟାଚ ଦେଖିବାକୁ ପହଞ୍ଚିଲେ ଆସନ୍ତା ବର୍ଷ ସେହି ଷ୍ଟାଡିୟମରେ ରେସଲର ମାନିଆ ୩ ଅନୁଷ୍ଠିତ ହେବ । ଆଉ ୫୬ ଏହି ରେସଲର ଏବେ ପୁଣି ରିଙ୍ଗକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଣ୍ଡରଟେକରଙ୍କ ଗଣତି ଡବ୍ଲୁଡବ୍ଲୁଇର ଅଲ ଟାଇମ ଗ୍ରେଟରେ ହୋଇଥାଏ । ଭାରତରେ ବି ତାଙ୍କର ଅଧିକ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି । ୧୯୯୦ ମସିହାରୁ ୨୦୨୦ ଯାଏଁ ସେ ଡବ୍ଲୁଡବ୍ଲୁଇରେ ଭାଗ ନେଇଥିଲେ । ହେଲେ ଏବେ ସେ ରେସଲିଂରେ ସକ୍ରିୟ ନାହାନ୍ତି । ତାଙ୍କର ପୂରା ମାର୍କ ୱିଲିୟମ କାଲାୱେ ।