କରୋନା ପ୍ରଭାବରେ ତଳମୁହାଁ ଦେଶର ଅର୍ଥନୀତି : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ, ଚଳିତ ଆର୍ଥିକ ବର୍ଷ ୧୦.୩ ପ୍ରତିଶତ ଅଭିବୃଦ୍ଧି ଖସିବ; ଆସନ୍ତା ଆର୍ଥିକ ବର୍ଷ ଚୀନକୁ ଟପିବ ଭାରତର ଅଭିବୃଦ୍ଧି

189

କନକ ବ୍ୟୁରୋ : ତଳମୁହାଁ ଦେଶର ଅର୍ଥନୀତି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁସାରେ ଚଳିତ ବର୍ଷ ଭାରତ ଅଭିବୃଦ୍ଧି ବେଶ୍ କମିବ ଏବଂ ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ଏକ ବଡ ଧରଣର ସୁଧାର ଆସିବ ବୋଲି କୁହାଯାଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି- ଆଇଏମଏଫ୍ ଅନୁସାରେ କରୋନା ଭୂତାଣୁ ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି । ଚଳିତ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧି ହାର ୧୦ ଦଶମିକ ୩ ପ୍ରତିଶତ କମିବ ବୋଲି ଆଇଏମଏଫ କହିଛି ।

କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ଏହାର ସୁଧାର ଆସିବ ଏବଂ ଦେଶର ଜିଡିପି ୮ ଦଶମିକ ୮ ପର୍ଯ୍ୟନ୍ତ ପହଂଚିବ । ଏହି ଅଭିବୃଦ୍ଧି ଚୀନର ଅଭିବୃଦ୍ଧିକୁ ମଧ୍ୟ ଟପିଯିବ ବୋଲି ଆକଳନ କରିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଏହି ଆନ୍ତର୍ଜାତୀୟ ସଂସ୍ଥା ଅନୁସାରେ ଆସନ୍ତା ବର୍ଷ ଚୀନର ଅଭିବୃଦ୍ଧି ୮ଦଶମିକ ୨ ମଧ୍ୟରେ ସୀମିତ ରହିବ । ଗତ ଆର୍ଥିକ ବର୍ଷରେ ବାରତ ଅଭିବୃଦ୍ଧି ହାର ୪ଦଶମିକ ୨ ପ୍ରତିଶତ ରହିଥିଲା ।