ତରକାରୀ ପତ୍ର ନାମରେ ଅନଲାଇନରେ ଚାଲିଛି ଗଞ୍ଜେଇ ଚାଲାଣ, ୨ ଗିରଫ

142

କନକ ବ୍ୟୁରୋ : ଏବେ ବିଶ୍ୱରେ ଯୁବପୀଡିକୁ ଅନଲାଇନ ସପିଂ ଆକୃଷ୍ଟ କରିଛି । ଘରେ ବସି ମନ ପସନ୍ଦର ସାମଗ୍ରୀ ମଗାଇବା ଭଳି ସୁବିଧା ମିଳୁଛି । ହେଲେ ଏହାର ସୁଯୋଗ ନେଇ ଅନ ଲାଇନ କମ୍ପାନୀମାନେ ଚୋରାରେ ନିଶାଦ୍ରର୍ବ୍ୟ ଚାଲାଣ କରୁଥିବା କଥା ଏବେ ପଦାକୁ ଆସିଛି ।

ସୂଚନା ମୁତାବକ ଅନ ଲାଇନରେ ଅର୍ଡର କରି ଗଞ୍ଜେଇ ଆଣୁଥିବା ୨ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୦ କେଜି ଗଂଜେଇ ବି ଜବତ କରାଯାଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତ ବେଳେ ଅଭିଯୁକ୍ତ କହିଛନ୍ତି କି ଏହି ଅନ ଲାଇନ ସପିଂ ଆପ ପାଖା ପାଖି ଟନ୍ ଗଂଜେଇ ଯୋଗାଇ ସାରିଲାଣି ।

ଗିରଫ ହୋଇଥିବା ଅଭିଯୁକ୍ତ ଦୁଇଜଣ ହେଲେ ଗ୍ୱାଲିଅରର ସୁରଜ ଓ ଭେଣ୍ଡ ଜିଲ୍ଲାର ବିଜେନ୍ଦ୍ର ସିଂ । ସେମାନେ ଅନଲାଇନରେ ୨୦ କେଜି ଗଂଜେଇ ବିଶାଖପାଟଣାରୁ ମଗାଇଥିଲେ । ଭିଣ୍ଡ ଜିଲ୍ଲାର ପୋଲିସ ଅଧିକ୍ଷକ ମନୋଜ କୁମାର ସିଂ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ପୂର୍ବ ୪ ମାସ ଧରି ଏହି ପ୍ରମୁଖ ଅନଲାଇନ ସପିଂ କମ୍ପାନୀ ମାଧ୍ୟମରେ ନିଷିର୍ଦ୍ଧ ମାଦକ ପଦାର୍ଥ ଲୋକମାନେ ମଗାଉଛନ୍ତି । ତଦନ୍ତରୁ ଜଣାପଡିଛି କି ପୂର୍ବ ୪ ମାସ ମଧ୍ୟରେ ସଂପୃକ୍ତ ଅନଲାଇନ କମ୍ପାନୀ ୧ ଟନ୍ ଗଂଜେଇ ଗ୍ରାହକଙ୍କୁ ଯୋଗାଇଛି ।

ପୋଲିସକୁ ସୂଚନା ମିଳିଥିଲା କି ସୂରଜ ଏହି ଅନ ଲାଇନ କମ୍ପାନୀ ଦ୍ୱାରା କଡା ପତି ଟ୍ୟାଗରେ ଆନ୍ଧ୍ର ପ୍ରଦେଶରୁ ଗ୍ୱାଲିୟର, ଭୋପାଳ, କୋଟା ଓ ଆଗ୍ରା ସହ ଅନ୍ୟ ଜିଲ୍ଲାମାନଙ୍କୁ ଯୋଗାଇ ଦେଉଥିଲେ । ଏଥିରେ ସଂପୃକ୍ତ ଅନଲାଇନ କମ୍ପାନୀର ୬୬.୬୬ ପ୍ରତିଶତ ଭାଗିଦାରୀ ରହିଛି ।

ଯାଂଚରୁ ଜଣାପଡିଛି କି ଏହି ରାକେଟର ମୁଖ୍ୟ ସୂରଜ ଗୁଜୁରାଟର ଏକ କପଡା କମ୍ପାନୀ ସହାୟତାରେ ନିଜକୁ ଏହି ଅନଲାଇନ କମ୍ପାନୀର ହର୍ବଲ ଉତ୍ପାଦ ଓ ତରକାରୀ ଉପଯୋଗୀ ପତ୍ର ବିକ୍ରେତା ଭାବେ ପଞ୍ଜିକରଣ କରିଥିଲା   । ଏହାପରେ ଅନଲାଇନ କମ୍ପାନୀ ତରଫରୁ ତାଙ୍କୁ ନିଜର ବାରକୋଡ ପ୍ରସ୍ତୁତ କରିବାକୁ ଅନୁମତି ମିଳିଥିଲା । ଏହାକୁ ବ୍ୟବହାର କରି ଅଭିଯୁକ୍ତ ଜଣଙ୍କ ଗଞ୍ଜେଇ କାରବାର କରିବାରେ ସଫଳ ହେଉଥିଲା ।