କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ଝଡବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବରଗଡ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ ଓ ନୟାଗଡ ଜିଲ୍ଲାରେ ଝଡ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଘଡଘଡି ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି ।
ଉଲ୍ଲେଖ ଥାଉ କି, ଗତକାଲିଠାରୁ ସାରା ରାଜ୍ୟରେ ତାତି ବଢ଼ିଛି । କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ଧରି ରାଜ୍ୟରେ କମ୍ ତାତି ଅନୁଭୂତ ହେଉଥିବାବେଳେ ଆଜିଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ଡିଗ୍ରି ଉପରେ ରହିଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ବହିବା ସହ କାଁ ଭାଁ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହେ ଯାଏ ତାତି ଅଧିକ ଅନୁଭୂତ ହେବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୩ଡିଗ୍ରି ଛୁଇଁପାରେ । ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ରୁ ୪୨ଡିଗ୍ରି ମଧ୍ୟରେ ରହିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଗ୍ରୀଷ୍ମପ୍ରବାହ ଅଧିକ ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/5-6.jpg)