କନକ ବ୍ୟୁରୋ: ତାମ୍ପରା ହ୍ରଦରେ ଚାଲିଥିବା ବେଆଇନ ନିର୍ମାଣକୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲର ଛାଟ । ନିର୍ମାଣଧୀନ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲା ଏନଜିଟି। ଏହାସହ ସତ୍ୟ ପାଠ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ୪ ସପ୍ତାହର ମହଲତ ଦେଇଛି ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ ।
ତାମ୍ପରା ହ୍ରଦରେ ଚାଲିଥିବା ବେଆଇନ ନିର୍ମାଣକୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲର ଛାଟ । ନିର୍ମାଣଧୀନ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲା ଏନଜିଟି। ଏହାସହ ସତ୍ୟ ପାଠ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ୪ ସପ୍ତାହର ମହଲତ ଦେଇଛି ନ୍ୟାସନାଲ୍ ଗ୍ରିନ ଟ୍ରିବୁଲାଲ୍ ।
ପାଣି ଭିତରେ ଆକର୍ଷଣୀୟ କୋଠା । ଗୋଟିଏ କି ଦୁଇଟି ନୁହଁ ହ୍ରଦ ଭିତରେ ରହିଛି ୧୨ଟି କଟେଜ । ଗୋଟିଏ ୩ ମହଲା କୋଠା ବି ନିର୍ମାଣ ହୋଇଛି । ଗଞ୍ଜାମ ଜିଲ୍ଲାରେ ଥିବା ତାମ୍ପରା ହ୍ରଦ । କଟେଜ ଅଧା ଗଢା ହୋଇଥିବାବେଳେ, ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ । ଏଥିସହ ସତ୍ୟପାଠ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରାଳୟର ସ୍ୱଦେଶ ଦର୍ଶନ ଯୋଜନାର ଟଙ୍କାରେ ନିର୍ମାଣ ହେଉଥିଲା ଆକର୍ଷଣୀୟ କୋଠା । ବେଆଇନ କୋଠା ନିର୍ମାଣ ପାଇଁ ୫୦ କୋଟି ଟଙ୍କା ବି ଖର୍ଚ୍ଚ ହୋଇସାରିଛି ।
ଏହାର ତତ୍ତ୍ବାବଧାନର ଦାୟିତ୍ୱ ଥିଲା ବ୍ରହ୍ମପୁର ଜିଲ୍ଲାପାଳଙ୍କର। ହେଲେ, ତତ୍କାଳିନ ଜିଲ୍ଲାପାଳ ନିୟମକୁ ଗୁରୁତ୍ବ ଦେଇନଥିଲେ । ବେଆଇନ କୋଠା ନିର୍ମାଣ ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉପରେ ଏନଜିଟି ବର୍ଷିବା ପରେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ନେବାକୁ ଆମେ ଚେଷ୍ଟା କରିଥିଲୁ , କିନ୍ତୁ ଏନେଇ କେହି ବି ମୁହଁ ଖୋଲି ନାହାନ୍ତି।