ଭୁଷୁଡିଲା ନିର୍ମାଣାଧୀନ ସେତୁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ମନ୍ତେଇ ଗାଁରେ ନିର୍ମାଣାଧୀନ ବ୍ରିଜ୍ ଛାତ ପଡ଼ିବା ବେଳେ ଅଘଟଣ

204

କନକ ବ୍ୟୁରୋ : ଭୁଷୁଡିଲା ନିର୍ମାଣାଧୀନ ସେତୁ । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ଅନ୍ତେଇ ପଂଚାୟତର ମନ୍ତେଇ ଗାଁର ଅଶୃଖଂଳା ନାଳ ଉପରେ ନର୍ମାଣାଧୀନ ସେତୁ ଛାତ ପକାଇବା କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ସ୍ପାନ୍ ଭୁଷୁଡି ପଡିଛି । ସ୍ଥାନୀୟ ଅଂଚଳର ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ପ୍ରାୟ ୩ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ସେତୁ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ ।

ଏହି ସେତୁର ସମସ୍ତ ପିଲାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଛାତ ପକାଇବା କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଛାତ ପକାଇବା ସମୟରେ ତଳେ ଲଗା ଯାଇଥିବା ଲୁହା ଖୁଂଟ ଦବିଯିବା ସହିତ ସେତୁର ଛାତଟି ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ପଡିଛି । ଛାତ ଦବିବା ସମୟରେ ଅନେକ ଶ୍ରମିକ କାମରେ ଲାଗିଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସେତୁ ଦବିଯିବା ପରେ ନିମ୍ନ ମାନର କାର୍ଯ୍ୟ ଯୋଗୁ ଏପରି ହୋଇଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।