ଭୁଶୁଡିଲା ନିର୍ମାଣଧିନ ବଲାଙ୍ଗୀର ତାମିଆ ସୁକତେଲ ସେତୁ: ଭଙ୍ଗା ପୋଲ ତଳେ କିଛି ଲୋକ ଚାପି ହୋଇ ରହିିଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି

728

କନକ ବ୍ୟୁରୋ: ଭୁଶୁଡି ଗଲା ନିର୍ମାଣଧିନ ବଲାଙ୍ଗୀର ତାମିଆ ସୁକତେଲ ସେତୁ । ଭଙ୍ଗା ପୋଲ ତଳେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ନିମ୍ନମାନର କାମ ଯୋଗୁଁ ବାରମ୍ବାର ଅଭିଯୋଗ ପରେ ପାଟଣାଗଡ ତାମିଆ ସୁକତେଲ ପୋଲ ପୁଣି ଥରେ ନିର୍ମାଣ କରାଯାଉଥିଲା । ପୋଲ ନିର୍ମାଣଧିନ ଥିବା ବେଳେ ଭୁଷୁଡି ପଡିଛି । ଆଉ ଭଙ୍ଗା ପୋଲ ତଳେ ୨ ଜଣ ଫସି ରହିଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

୨୦୧୫ ମସିହା ଜୁଲାଇ ୩ ତାରିଖରେ ଏହି ବ୍ରିଜକୁ ତତ୍କାଳୀନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ । ୬ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଥିବାବେଳେ ନିର୍ଦ୍ଧାରିତ ସମୟର ୬ ମାସ ପୂର୍ବରୁ କାମ ସାରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପୁରସ୍କାର ଠିକାସଂସ୍ଥାକୁ ମିଳିଥିଲା । ତେବେ ନିମ୍ନମାନର କାମ ଯୋଗୁଁ ୨ରୁ ତିନି ମାସ ମଧ୍ୟରେ ଏହି ବ୍ରିଜ ଦବିବାକୁ ଲାଗିଥିଲା । ଯାହାକୁ ନେଇ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ବ୍ରିଜ ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଥିଲା |ଠିକାଦାର ଜଣକ ବ୍ରିଜ ମରାମତି କରାଇବାକୁ ରାଜ୍ୟ ବାହାରୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ । ତେବେ ଆଜି ମରାମତି କାମବେଳେ ହଠାତ ବ୍ରିଜ ଭୁଶୁଡିପଡିଥିଲା ।