ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।

419

କନକ ବ୍ୟୁରୋ: ନାବାଳକଙ୍କ ପାଇଁ ବଡ ଖବର । ନାବାଳକ ଗାଡି ଚଳାଉଥିଲେ ସାବଧାନ । ଏଣିକି ବିନା ଲାଇସେନ୍ସରେ ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ । ବିନା ଲାଇସେନ୍ସରେ ଗାଡି ଚଳାଇବା ନିଷେଧ । ନାବାଳକମାନେ ଗାଡି ଚଳାଇଲେ ସମ୍ପୃକ୍ତ ଅଭିଭାବକ କିମ୍ବା ଗାଡି ମାଲିକ ଦାୟୀ ହେବ । ନାବାଳକ ଗାଡି ଚଳାଉଥିବା ଧରାପଡିଲେ ଅଭିଭାବକ ଫାଇନ ଦେବେ ।

ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ଏଥିପାଇଁ ୨୫ ହଜାର ଟଙ୍କାର ଫାଇନ ଗଣିବାକୁ ପଡିବ । ଜରିମାନା ସହ ୩ ବର୍ଷ ଜେଲ ମଧ୍ୟ ହେବ । ଗାଡିର ରେଜିଷ୍ଟ୍ରେସନ ୧୨ ମାସ ଅର୍ଥାତ ବର୍ଷେ ପାଇଁ ବାତିଲ ହେବ । ଆଉ ସବୁଠାରୁ ବଡକଥା ହେଲା ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନହେବା ଯାଏଁ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ତେବେ ଆଜି ଖଣ୍ଡଗିରି ଅଞ୍ଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକଙ୍କ ଠାରୁ ୨୬ ହଜାର ଟଙ୍କାର ଫାଇନ କଟାଯିବା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପୁଣି ଥରେ ନାବାଳକଙ୍କୁ ନେଇ ଥିବା ନିୟମ ମନେପକାଇ ଦିଆଯାଇଛି ।