୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ । ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଲା ଭାରତ ।

156

କନକ ବ୍ୟୁରୋ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତ । ସେମିଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍ରେ ହରାଇଛି ଦଳ । ଏଥିସହ ଭାରତ କ୍ରମାଗତ ପଞ୍ଚମଥର ବିଶ୍ୱକପ୍ ଫାଇନାଲରେ ପହଞ୍ଚିିଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ କରିଥିଲା ୨୪୪ ରନ୍ । ଦଳ ପକ୍ଷରୁ ଲୁଆନ୍-ଡି ପ୍ରିଟୋରିୟସ ସର୍ବାଧିକ ୭୬ ରନ୍ କରିଥିବା ବେଳେ ରିଚାର୍ଡ ସେଲେସ୍ୱେନ୍ ୬୪ ରନ୍ର ଇନିଂସ୍ ଖେଳିଥିଲେ ।

ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩ଟି ଏବଂ ମୁଶୀର ଖାନ୍ ୨ଟି ୱିକେଟ୍ ନେଇଥିଲେ । ୨୪୫ ରନ୍ର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ୩୨ ରନ୍ରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ଅଧିନାୟକ ଉଦୟ ସାହାରନ ଓ ସଚିନ ଧସଙ୍କ ଯୋଡ଼ି ୧୭୧ ରନ୍ର ଦମଦାର ଭାଗିଦାରୀ କରି ଭାରତ ବିଜୟକୁ ସହଜ କରି ଦେଇଥିଲେ । ସଚିନ ୯୬ ରନ୍ କରି ଶତକରୁ ବଂଚିତ ହୋଇଥିବା ବେଳେ ଉଦୟ ୮୧ ରନ୍ କରି ଆଉଟ୍ ହୋଇଥିଲେ । ଗୁରୁବାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଯଦି ପାକିସ୍ତାନ ମ୍ୟାଚ୍ ଜିତେ, ତେବେ ଫାଇନାଲରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ଟାଇଟଲ୍ ମୁକାବିଲା ରବିବାର ଖେଳାଯିବ ।