କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ଚାଲିଛି ମେଗା ଅକ୍ସନ । ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ଫ୍ରାଞ୍ଚାଇଜ । ତେବେ ଅଣ୍ଡର ୧୯ ବିଶ୍ୱକପ ବିଜେତା ଭାରତୀୟ ଟିମ ଖେଳାଳିମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ତେବେ ଅଣ୍ଡର ୧୯ ବିଶ୍ୱକପରେ ନିଜ ଜଲୱା ଦେଖାଇବା ପରେ ଏବେ କୋଟିଏରୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି ଅଣ୍ଡର ୧୯ ଭାରତୀୟ ଦଳର ସଦସ୍ୟ ରାଜ ଅଙ୍ଗଦ ବାୱା ଓ ରାଜବର୍ଦ୍ଦନ ହାଙ୍ଗରଗେକର ।
ରାଜ ଅଙ୍ଗଦ ବାୱାଙ୍କୁ ୨ କୋଟି ଟଙ୍କାରେ କିଣିଛି ପଞ୍ଜାବ । ସେହିପରି ରାଜବର୍ଦ୍ଦନ ହାଙ୍ଗରଗେକରଙ୍କୁ ଚେନ୍ନାଇ ୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି । ସେହିପରି ଅଣ୍ଡର ୧୯ ବିଶ୍ୱକପ ବିଜେତା ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ମଧ୍ୟ ଆଇପିଏଲ ଖେଳିବେ । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ।
ରାଜ ଅଙ୍ଗଦ ବାୱା ଅଣ୍ଡର ୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ତାଙ୍କୁ ଆଇପିଏଲ ପାଇଁ ସୁଯୋଗ ମିଳିଛି । ସେହିପରି ରାଜବର୍ଦ୍ଦନ ହାଙ୍ଗରଗେକର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଅଣ୍ଡର ୧୯ ବିଶ୍ୱକପରୁ ଏହି ଖେଳାଳିମାନେ ଏବେ କୋଟି କୋଟି ଟଙ୍କାରେ କିଣା ହୋଇଛନ୍ତି ।
Follow Us