କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ମାଲକାନଗିରିରେ ଜନଜୀବନ ଅସ୍ତବ୍ୟସ୍ତ ।

44

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାବାସୀଙ୍କୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ଦିନ ହେଉ ବା ରାତି, ନିୟମିତ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁ ମାଲକାନଗିରି ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ସହର ହୋଉ ଅବା ଗ୍ରାମାଞ୍ଚଳ ପ୍ରତି ଦିନ ୨ ରୁ ୪ ଘଣ୍ଟା ବିଦ୍ୟୁତ କାଟ କରୁଛି ଟାଟା ପାୱାର । ନାଁ ବର୍ଷା, ନା ଝଡତୋଫାନ, ମେଣ୍ଟେନାନ୍ସ ନାମରେ ଏମତି ମନମୁଖି ବିଦ୍ୟୁତ କାଟ ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ବିଶେଷ କରି ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଅଫିସ ଅଦାଲତ ରେ ସରକାରୀ କାମ ଧନ୍ଧା ବିଶେଷ ଭାବେ ପ୍ରଭାବିତ ହୋଉଛି । ଲୋକେ ଅସହ୍ୟ ଗୁଳୁଗୁଳି ଯୋଗୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହୋଉଛନ୍ତି । ଗତ କାଲି ଅପରାହ୍ନ ୪ ରୁ ମଧ୍ୟ ରାତ୍ର ଯାଏଁ ବିଦ୍ୟୁତ ନ ଥିବା ଯୋଗୁ ସାଧାରଣ ଜନତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।