କନକ ବ୍ୟୁରୋ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନର ଜରୁରୀ ଅବତରଣ । ବିମାନଟି ଉଡୁଥିବା ଅବସ୍ଥାରେ ଜଣେ ଯାତ୍ରୀ ଏହାର ଏମରଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ପାଇଲଟ୍ ବିମାନର ଜରୁରୀ ଅବତରଣ କରିଥିଲେ ।

Advertisment

ସୂଚନା ଅନୁସାରେ, ଡୋର୍ ଖୋଲିଥିବା ଯାତ୍ରୀ ଜଣଙ୍କ ନାଁରେ ବିମାନ ବନ୍ଦର ପୁଲିସରେ ମାମଲା ଦାଏର କରାଯିବା ପରେ ଯାଞ୍ଚ ଅରମ୍ଭ ହୋଇଥିଲା । ଯାତ୍ରୀ ଜଣକ ବେଙ୍କେଟ୍ ମୋହିତ୍ ଅଚାରୀ । ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଏଭଳି ଘଟଣା ଘଟିଥିବା ବିମାନବନ୍ଦର ପୁଲିସ ପକ୍ଷରୁ କୁହାଯାଇଛି ।