କନକ ବ୍ୟୁରୋ : ବିହାରରେ ବେକାବୁ ଜାପାନୀ ଜ୍ୱର । ମୃତ୍ୟୁସଂଖ୍ୟା ୧୧୩ରେ ପହଂଚିଲାଣି । ଗତକାଲିରୁ ଆଜି ସକାଳ ଭିତରେ ୭୫ ଜଣ ନୂଆ ଆକ୍ରାନ୍ତ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ୪ଶହରୁ ଅଧିକ ଶିଶୁଙ୍କ ଚିକିତ୍ସା ଜାରି ରହିଛି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ହେଲେ କାହିଁକି ଶିଶୁଙ୍କ ମୃତ୍ୟୁ ହେଉଛି ସେନେଇ ପ୍ରଶାସନ ନା ଡାକ୍ତର କେହିି ସ୍ପଷ୍ଟଭାବେ ଜାଣିପାରୁନାହାନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହସ୍ପିଟାଲରେ ପହଂଚି ଡାକ୍ତରଙ୍କ ସହ ଏ ବାବଦରେ ଅଧିକ ଆଲୋଚନା କରିଥିଲେ ।
ସେପଟେ ବିହାର ଶିଶୁ ମୃତ୍ୟୁ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଂଚିଛି । ଦୁଇ ଜଣ ବରଷ୍ଠ ଓକିଲ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ପ୍ରଭାବିତ ଅଂଚଳରେ ୫ଶହରୁ ଅଧିକ ଆଇସିୟୁ ନିର୍ମାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ପ୍ରଭାବିତ ଅଂଚଳକୁ ମେଡିକାଲ ବିଶେଷଜ୍ଞଙ୍କୁ ପଠାଯାଉ ତା ସହ ମେଡିକାଲ ବୋର୍ଡ ଗଠନ କରାଯାଉ ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ସୋମବାର ଏହା ଉପରେ ଶୁଣାଣି କରିବେ ବୋଲି କହିଛନ୍ତି ।
ବିହାର ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ଆଜି ଏସକେଏମସିଏଚ ହସ୍ପିଟାଲର ସୁପରିଟେଣ୍ଡେଟଙ୍କ ଚ୍ୟାମ୍ବରରେ ପଶି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଭିମ ଆର୍ମିର କର୍ମକର୍ତ୍ତା । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/vlcsnap-2019-06-19-16h23m06s133.png)
/kanak/media/post_attachments/wp-content/uploads/2019/06/vlcsnap-2019-06-19-16h22m02s347-300x169.png)
/kanak/media/post_attachments/wp-content/uploads/2019/06/vlcsnap-2019-06-19-16h23m06s133-300x169.png)