ଘରକୁ ଫେରିଲେ ପୁରୀ ପୋଲିସ ହେପାଜତରେ ମୃତ କେ ରମେଶଙ୍କ ଦାଦା: ୧୯ତାରିଖରୁ ଘରୁ ଡାକି ନେଇଥିଲେ ଟାଉନ ଥାନା ଏଏସଆଇ

ଏବେବି ସାମ୍ନାକୁ ଆସିନାହାନ୍ତି ରମେଶଙ୍କ ବାପା, ମାଆ

127

କନକ ବ୍ୟୁରୋ: ଘରକୁ ଫେରିଲେ ପୁରୀ ପୋଲିସ ହେପାଜତରେ ମୃତ କେ ରମେଶଙ୍କ ଦାଦା । ପୋଲିସ ହେପାଜତରେ ରମେଶଙ୍କ ମୃତ୍ୟୁ ପରେ ତାଙ୍କର ବାପା, ମାଆ ଓ ଦାଦାଙ୍କୁ ନେଇ ଲାଗିରହିଥଇଳା ରହସ୍ୟ । କାରଣ ୧୯ତାରିଖରୁ ଏମାନଙ୍କୁ ଘରୁ ଉଠାଇ ନେଇଥିଲେ ପୁରୀ ପୋଲିସ । ଏବେ ଘରକୁ ଫେରିଛନ୍ତି ରମେଶଙ୍କ ଦାଦା । ଗତକାଲି ରାତି ଗୋଟାଏ ରେ ପୋଲିସ ତାଙ୍କୁ ଛାଡି ଦେଇଛି ।

ଏବେବି ସାମ୍ନାକୁ ଆସିନାହାନ୍ତି ରମେଶଙ୍କ ବାପା, ମାଆ । ତେଣୁ କୁଆଡେ ଗଲେ ରମେଶ ଙ୍କ ବାପା, ମାଆ ତାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ହେଲେ ରମେଶଙ୍କ ଦାଦା କହିଛନ୍ତି ସେମାନଙ୍କୁ ଛାଡି ଦିଆଯାଇଛି ଏବଂ ମାନସିକ ଅବସ୍ଥା ଠିକ ନଥିବାରୁ ଘରକୁ ନଫେରି ସେମାନେ କୌଣସି ସମ୍ପର୍କୀୟଙ୍କ ଘରେ ଥାଇପାରନ୍ତି ।