ଉଦଳାରେ ସମ୍ପତ୍ତି ପାଇଁ ସଇତାନ ପାଲଟିଗଲା ଦାଦା: ବିଲ ମଝିରେ ଟାଙ୍ଗିଆରେ ହାଣି ଝିଆରୀକୁ କଲା ନିର୍ମମ ହତ୍ୟା

Advertisment
ଉଦଳାରେ ସମ୍ପତ୍ତି ପାଇଁ ସଇତାନ ପାଲଟିଗଲା ଦାଦା: ବିଲ ମଝିରେ ଟାଙ୍ଗିଆରେ ହାଣି ଝିଆରୀକୁ କଲା ନିର୍ମମ ହତ୍ୟା

କନକ ବ୍ୟୁରୋ: ସମ୍ପର୍କରେ ଲାଗିଲା କଳଙ୍କ ଛିଟା। ଦାଦା ସାଜିଲା ନିର୍ଦ୍ଦୟ। ବର୍ବରତାର ସବୁ ସୀମା ଟପି ଗଲା। ଥାନା ଭିତରେ ମୁହଁରେ ଗାମୁଛା ପକାଇ ଠିଆ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ହତ୍ୟାକାରୀ ଦାଦା। ସଂପତି ପାଇଁ ଝିଅ ସମାନ ଝିଆରୁ ଟାଙ୍ଗିଆ ଓ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି। ଜମି ଜମା ବିବାଦକୁ ନେଇ ଝିଆରୀକୁ ବିଲ ମଝିରେ ହତ୍ୟା କରିଛି ଅଭିଯୁକ୍ତ ଦାଦା। ମୟୂରଭଂଜ ଜିଲ୍ଲା ଶରତ ଥାନା ବେଗୁନିଆସାହି ଗାଁରେ ଏଭଳି ଘଟଣା ଘଟିଛି। ଗାଁର ଛିତା ମୁର୍ମୁ ବିବାହ ପରେ ବାପାଘରେ ରହୁଥିଲେ। ବାପାଙ୍କ ଦେହାନ୍ତ ପରେ ସମସ୍ତ ଜମି ଛିତାଙ୍କ ନାମରେ ରହିଥିଲା। ସେହି ଜମିକ ହାତେଇବା ପାଇଁ ଦାଦା ନିମାଇଁ ଚରଣ ମାରାଣ୍ଡି ଚେଷ୍ଟା କରୁଥିଲେ । ସେଥିରେ ନିରାଶ ହେବାରୁ ସେ ରାକ୍ଷସ ପାଲଟିଯାଥିଲେ। ଛିତା ବିଲରେ କାମ କରୁଥିବା ବେଳେ ନିମାଇ ସେଠାରେ ପହଂଚି ପ୍ରଥମେ ଟାଙ୍ଗିଆରେ ଝିଆରୀକୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଭାଙ୍ଗିଯିବାରୁ କୋଦାଳରେ ମଧ୍ୟ ହାଣି ପକାଇଥିଲା। ଝିଆରୀର ମୃତ୍ୟୁ ହେବାପରେ ସେ ସେଠାରୁ ଚାଳି ଯାଇଥିଲା। ପୋଲିସ ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦାଦା ନିମାଇଁ ଚରଣ ମାରାଣ୍ଡିକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କୋଦାଳ ଜବତ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe