କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ଆପାତତଃ ନାହିଁ। ତେବେ ସେ ମାର୍ଚ୍ଚ ୨ ତାରିଖ ବେଳକୁ ଗସ୍ତ କରିବାର ସମ୍ଭାବନା ଅଧିକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

publive-image

ଏ ନେଇ ସୂଚନା ଦେଇ ପିସିସି ସଭାପତି କହିଲେ ଯେ, ସେ ଟେଲିଫୋନ ଯୋଗେ ରାହୁଲଙ୍କ ସହିତ ଯୋଗାଯୋଗ କରିଛନ୍ତି। ୨୭ ତାରିଖରେ ରାହୁଲ୍ ଓଡ଼ିଶା ଗସ୍ତରେ ଆସିବେନି। ଏହା ପରିବର୍ତ୍ତେ ଆସନ୍ତା ମାସ ୨ ତାରିଖରେ ତାଙ୍କୁ ଓଡ଼ିଶା ଗସ୍ତ କରିବାକୁ ପିସିସି ତରଫରୁ ମୁଁ ଅନୁରୋଧ କରିଛି। ସେହି ଦିନ ସେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଦିନିକିଆ ଗସ୍ତରେ ଆସିବେ। ଅବଶ୍ୟ ତାଙ୍କ ଗସ୍ତ କାର‌୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। ତେବେ ରାଜ୍ୟରେ ୨ଟି ସଭା ଆୟୋଜନ କରିବା ବଦଳରେ ଗୋଟିଏ ସଭାରେ ଯୋଗ ଦେଇପାରିବେ ବୋଲି ରାହୁଲ ତାଙ୍କୁ କହିଛନ୍ତି। ତେବେ ସଭା କେଉଁଠି କରାଯିବ ତାହା ନିର୍ଦିଷ୍ଟ ହୋଇନାହିଁ। ଏ ନେଇ ଆମେ ଏଆଇସିସି ସହିତ ଆଲୋଚନା କରି ଖୁବଶୀଘ୍ର କାର‌୍ୟ୍ୟକ୍ରମ ଚୂଡ଼ାନ୍ତ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବ ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ ରାହୁଲ ଓଡ଼ିଶା ଗସ୍ତ କରିବାର କାର‌୍ୟ୍ୟକ୍ରମ ଥିଲା।

publive-image

ଏଆଇସିସି ସ୍କ୍ରିନିଂ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ଚୟନ କାର‌୍ୟ୍ୟକ୍ରମ ସରିଛି। ଏହି କାର‌୍ୟ୍ୟକ୍ରମରେ ବହୁସଂଖ୍ୟକ ଆଶାୟୀ ପ୍ରାର୍ଥୀ ଆଗ୍ରହ ପ୍ରଦର୍ଶନ କରିବା ସହିତ ଆବେଦନପତ୍ର ଦାଖଲ କରୁଥିବାର ଦେଖିବାକୁ ମିଳିଛି। ଫଳରେ ଦଳକୁ ବିଦ୍ରୋହୀମାନେ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କରିବାର ଆଶଙ୍କା ରହିଛି। ଏ ସଂପର୍କରେ ପିସିସି ସଭାପତି କହିଲେ, ନୀତିହୀନ ଓ ଆଦର୍ଶହୀନ ବ୍ୟକ୍ତିଙ୍କ ପାଇଁ ଦଳରେ ସ୍ଥାନ ନାହିଁ। ସେଭଳି ବ୍ୟକ୍ତିଙ୍କ କୌଣସି ପ୍ରକାରର ଉଦ୍ୟମର ଜବାବ ଜନସାଧାରଣ ଦେବେ।

publive-image

ସ୍କ୍ରିନିଂ କମିଟି ପକ୍ଷରୁ ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟର ୧୧ଟି ଲୋକସଭା ଓ ଏସବୁ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନଗୁଡ଼ିକ ନିମନ୍ତେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଦ୍ବିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିବା ପରେ ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପ୍ରାର୍ଥୀ ତାଲିକା ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଏଆଇସିସି ଘୋଷଣା କରିବାର ସମ୍ଭାବନା ଅଧିକ।