ଅନିଶ୍ଚିତତା ଘେରରେ ଟିକାକରଣ : ୧୮ ରୁ ୪୫ ବର୍ଷ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ହେବ ବିଳମ୍ବ

364

କନକ ବ୍ୟୁରୋ : ଅନିଶ୍ଚିତତା ଘେରରେ ଟିକାକରଣ । ୧୮ ରୁ ୪୫ ବର୍ଷ ପାଇଁ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ବିଳମ୍ବ ହେବ । ଏପରିକି ମେ ମାସରେ କୋଭିଡସିଲ୍ଡ ଟିକା ପହଁଚିବା ସମ୍ଭାବନା କ୍ଷୀଣ ରହିଛି । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଚିପାରିବ କି ନାହିଁ କହିହେବ ନାହିଁ ।

ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । କୋୱିନ ଆପକୁ ଯାଇ ସମସ୍ତେ ପଞ୍ଜିକରଣ କରିପାରିବେ । କିନ୍ତୁ ଏବେ ସ୍ଲଟ ଅଫ୍ ଆପଏଂଟମେଂଟ ମିଳିବ ନାହିଁ । ଯେବେ ଟିକା ଉପଲବ୍ଧ ହେବ ସେହି ଅନୁସାରେ ସ୍ଲଟ ଦିଆଯିବ । ସେହି ଅନୁସାରେ ପଞ୍ଜିକୃତ ନାଗରୀକ ଟିକା ନେବେ ।