ବିରଳ ବିସ୍ମୟ ସ୍ଥାନ ମେନପାଟ ! ଯେଉଁଠି ମାଟି ଉପରେ ଡ଼େଇଁଲେ ସଂପୂର୍ଣ୍ଣ ଅଞ୍ଚଳ ହଲିଯାଏ ।

60

ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯାହାର ରହସ୍ୟ ଏ ପର୍ୟ୍ୟନ୍ତ କେହି ଚେଷ୍ଟା କରି ମଧ୍ୟ ଜାଣି ପାରିନାହାନ୍ତି। ଏଭଳି ବିସ୍ମୟ ସ୍ଥାନ ମଧ୍ୟରୁ ଅନୁରୁପ ଆଉ ଏକ ସ୍ଥାନ ହେଉଛି ଛତିଶଗଡ଼ରେ ଥିବା ମେନପାଟ । ଏଠାକାର ବିସ୍ମୟ ରହସ୍ୟକୁ ପାଖରୁ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକ ଏଠାକୁ ଛୁଟି ଆସିଥାନ୍ତି । ଏହି ସ୍ଥାନକୁ ଛତିଶଗଡ଼ର ଶିମଲା କୁହାଯାଉଥିବା ବେଳେ ଏଠାରେ ଥିବା ବିଚିତ୍ର ରହସ୍ୟ ସମସ୍ତଙ୍କୁ ବିସ୍ମିତ କରେ।ଏଠାକୁ ଲୋକ ଆସି ମାଟି ଉପରେ ଡ଼େଇଁବାକୁ ଲାଗନ୍ତି। ଡ଼େଇଁବା ପରେ ଭୂଇଁ ହଲିଲା ଭଳି ଅନୁଭୂତ ହୋଇଥାଏ । ଏହା କ’ଣ ପାଇଁ ହୁଏ ତାହା କେହି ସ୍ପଷ୍ଟ ଭାବେ କହି ପାରିନାହାନ୍ତି । ମେନପାଟରେ ଥିବା ଏହି ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କର ନାନା ପ୍ରକାର କଥା କାହାଣୀ ରହିଥିବା ବେଳେ ବୈଜ୍ଞାନିକମାନଙ୍କର ଏ ନେଇ ଭିନ୍ନ ମତ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ସେହି ସ୍ଥାନରେ ଏକ ଜଳସ୍ରୋତ ରହିଥିଲା, ଯାହା ଏବେ ପୋତି ହୋଇ ଯାଇଛି । ଉପରୁ ଏହା ଶୁଖି ଯାଇଥିଲେ ମଧ୍ୟ ଭିତରେ ଏବେ ପାଣି ଅଂଶ ରହିଛି । ଯାହା ଫଳରେ ମାଟି ଉପରେ ଡେଇଁବା ଦ୍ୱାରା ଭୂମି ହଲିଥାଏ । କାରଣ ଯାହା ବି ହେଉ ଏଠାକୁ ଆସୁଥିବା ପର୍ୟ୍ୟଟକ ଏହାର ଖୁବ୍ ମଜା ନେଇଥାନ୍ତି । ଏଠାରେ ଅନେକ ଝରଣା ଥିବା ବେଳେ ଏହି ସ୍ଥାନର ପାଣିପାଗ ସବୁବେଳେ ଥଣ୍ଡା ରହିଥାଏ ।