ରାଜନୀତିରେ ଅପରାଜେୟ କିଶୋର । ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ।

Advertisment
ରାଜନୀତିରେ ଅପରାଜେୟ କିଶୋର । ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ।

କନକ ବ୍ୟୁରୋ: ଉଚ୍ଚଶିକ୍ଷିତ ଯୁବକ । ରାଜନୀତିର ପାହାଚ ଚଢିଚାଲିଛନ୍ତି ସିନା କେବେ ପଛକୁ ଚାହିଁନାହାଁନ୍ତି । ଲୋକଙ୍କ ବିପୁଳ ସମର୍ଥନରେ ଜିତି ଚାଲିଛନ୍ତି । ସେ ହେଉଛନ୍ତି ସମ୍ବଲପୁର କୁଚିଣ୍ଡାର ଯୁବ ନେତା କିଶୋର ନାୟକ । ରାଜନୀତିର ଲମ୍ବା ଯାତ୍ରା ତାଙ୍କୁ ଦେଇଛି ପରିଚୟ ଓ ସମାଜ ପାଇଁ କିଛି କରିବାକୁ ପ୍ରେରଣା । ସମିତି ସଭ୍ୟରୁ ଯାଇ ପହଞ୍ଚିଛନ୍ତି ବିଧାୟକ ପଦରେ ।

ସମିତି ସଭ୍ୟରୁ କୁଚିଣ୍ଡା ବିଧାୟକ। ଏହି ଲମ୍ବା ଯାତ୍ରା ମଧ୍ୟରେ ଅନେକ ଥର ବିଭିନ୍ନ ନିର୍ବାଚନରେ ଛିଡ଼ା ହୋଇଛନ୍ତି କିଶୋର ନାୟକ। ହେଲେ, କେବି ବି ପରାଜିତ ହୋଇନାହାନ୍ତି ସେ। ଏଯାଏଁ କେବେ ହାରିନଥିବା କିଶୋର ନାୟକ ଶିକ୍ଷା ସମାପ୍ତି ପରେ ଚାକିରି ପଛରେ ନ ଦୌଡ଼ି ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ୨୦୦୨ ମସିହା ପଞ୍ଚାୟତ ନିର୍ବାଚନରେ ସେ ପ୍ରଥମେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ପାରୁଆଭାଡ଼ି ପଞ୍ଚାୟତର ସମିତି ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସମିତି ସଭ୍ୟ ଭାବେ ସେ ନିର୍ବାଚିତ ହେବାସହିତ ପ୍ରଥମ ପଦାର୍ପଣରେ ହିଁ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିନେଇଥିଲେ। ୨୦୦୭ ମସିହା ପଞ୍ଚାୟତ ନିର୍ବାଚନରେ ସେହି ପାରୁଆଭାଡ଼ି ପଞ୍ଚାୟତରୁ ଦ୍ବିତୀୟ ଥର ସମିତି ସଭ୍ୟ ନିର୍ବାଚିତ ହେବା ସହ କୁଚିଣ୍ଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରହିଥିଲେ। ୨୦୧୨ ମସିହାରେ ନିକଟସ୍ଥ ହାଡ଼ିପାଲି ପଞ୍ଚାୟତରୁ ସେ ସମିତି ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆଉ ସେଠାରୁ ଜିତିବା ସହିତ ପୁଣି ଥରେ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହା ନିର୍ବାଚନରେ ତୃତୀୟ ଥର ନିମନ୍ତେ ପାରୁଆଭାଡ଼ି ପଞ୍ଚାୟତରୁ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ।

କେବଳ ସେତିକି ନୁହେଁ, ନିର୍ବାଚନ ଜିତି ସେ କୁଚିଣ୍ଡା ଓକିଲ ସଂଘ ସଂପାଦକ ଏବଂ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦାୟିତ୍ବ ବି ନିର୍ବାହ କରିଛନ୍ତି। ତାଙ୍କର ଲୋକପ୍ରିୟତାକୁ ଦେଖି ବିଜେପିରେ ଥିବା କିଶୋରଙ୍କୁ ବିଜେଡି ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଦଳୀୟ ଟିକଟ ଦେଇଥିଲା। କିଶୋର ବି ଦଳକୁ ନିରାଶ କରିନଥିଲେ। ସେ ବିଜୟ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe