ଅସହ୍ୟ ଗରମ । ଆଜି ବି କଲବଲ କରିପାରେ ତାତି ,ମେ’ ୨ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି ।

77

କନକବ୍ୟୁରୋ : ଏପ୍ରିଲ ୧୮ ତାରିଖରୁ ଜାରି ରହିଥିବା ଭୀଷଣ ଗ୍ରୀଷ୍ମ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଯଦିଓ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କଳାବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଂଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହି ସ୍ଥିତି ଆଉ ୪-୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ତେବେ ମେ’ ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।